
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ୮୯ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଧର୍ମେନ୍ଦ୍ର ଜୀଙ୍କ ନିଧନରେ ଭାରତୀୟ ସିନେମାର ଏକ ଯୁଗର ଅନ୍ତ ହୋଇଛି । ସେ ଏକ ପ୍ରତିଷ୍ଠିତ ଫିଲ୍ମ କଳାକାର, ଏକ ଅଦ୍ଭୁତ ଅଭିନେତା ଏବଂ ପ୍ରତ୍ୟେକ ଭୂମିକାରେ ସମସ୍ତଙ୍କୁ ଆକର୍ଷଣ କରନ୍ତି । ସେ ସମସ୍ତ ପ୍ରକାରର ଭୂମିକା ନିର୍ବାହ କରିଛନ୍ତି । ସେ ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଛନ୍ତି । ଧର୍ମେନ୍ଦ୍ର ଜୀ ନିଜର ବିନମ୍ରତା ଏବଂ ସରଳତା ପାଇଁ ପ୍ରଶଂସାର ଯୋଗ୍ୟ । ଏହି ଦୁଃଖ ସମୟରେ, ମୋ ସମବେଦନା ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକ ପ୍ରତି ରହିଛି । ଓଁ ଶାନ୍ତି ।
ଗତ ସପ୍ତାହରେ ବଲିଉଡର ହି- ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଟିମ ପକ୍ଷରୁ କୁହାଯାଇଥିଲା ।