ବେକରେ ଓଢ଼ଣା ଲଗାଇ ଆତ୍ମହତ୍ୟା କଲେ ନାବାଳିକା

add-all

ପଡିଆ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୧୧୭ ଗ୍ରାମରେ ଜଣେ ନାବାଳିକା ବେଳରେ ଓଢ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୁଚନା ଅନୁଯାୟୀ ସୋମବାର ସକାଳ ପ୍ରାୟ ୯ ଟା ବେଳେ ନାବାଳିକା ଜଣଙ୍କ ସ୍କୁଲକୁ ଯିବାକୁ ବାରଣ କରିବା ସହ ଘରେ ଏକାକୀ ଥିଲା। ଏହାପରେ ପରିବାର ଲୋକ ଏମଭି ୫୮ ଗ୍ରାମକୁ କୌଣଷି କାମରେ ଚାଲି ଯାଇଥିବା ବେଳେ ନାବାଳିକା ଜଣଙ୍କ କବାଟ ବନ୍ଦ କରି ନିଜ ରୁମରେ ଥିଲା। ଦୀର୍ଘ ସମୟ ପରେ ମଧ୍ଯ ନାବାଳିକା ଜଣଙ୍କ ରୁମରୁ ନବାହାରିବାରୁ ନାବାଳକକୁ ଦେଖିବାକୁ ତାଙ୍କ ଜେଜେମା ରୁମକୁ ଯାଇଥିଲେ । ତେବେ ଏହି ସମୟରେ ନାବାଳିକା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।

ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନାବାଳିକାକୁ ଉଦ୍ଧାର କରି ପଡିଆ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନା ଏସଆଇ ନିରୋଦ କୁମାର ବାଘ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିଥିବା ଦେଖିବାକୁ ମିଳିଛି। ଏଥିସହ ମୃତ ନାବାଳିକାଙ୍କ ମୃତ ଶରୀର ଜବତ କରି କାଲିମେଳାରେ ବ୍ୟବଚ୍ଛେଦ କରାଇବା ପରେ ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ପଡିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.