ଆସ୍କା ଏନଏସି ଟିମ୍ ଦ୍ଵାରା ଓଡ଼ଗାଁ ଏନଏସିର ସ୍ୱଚ୍ଛତା ସର୍ବେକ୍ଷଣ…

youtube


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଓଡ଼ଗାଁ ସହରର ସ୍ବଚ୍ଛତା ଓ ସୁନ୍ଦରତା ପରଖିବା ପାଇଁ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ୬ ଜଣିଆ ଟିମ୍ ଓଡ଼ଗାଁ ପରିଦର୍ଶନ କରିଥିଲେ ।ରାଜ୍ୟରେ ସ୍ୱଚ୍ଛ ସହର ଭାବରେ ଆସ୍କା ଶୀର୍ଷ ସ୍ଥାନରେ ଥିବା ବେଳେ ଓଡ଼ଗାଁ କୁ ସ୍ୱଚ୍ଛ ରଖିବା ସହିତ ସହରକୁ ଅଧିକ ସରସ ସୁନ୍ଦର କରିବାପାଇଁ ଆସ୍କା ଏନଏସି ରୁ ଆସିଥିବା ସର୍ବେକ୍ଷଣ ଦଳ ଉପାଦେୟ ପରାମର୍ଶ ଦେଇଥିଲେ । ଓଡ଼ଗାଁ ଏନଏସି ର ସମସ୍ତ ସଫେଇ କର୍ମଚାରୀ, ସ୍ଵଚ୍ଛାସାଥି ଓ ଅଫିସ କର୍ମଚାରୀ ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ଗାଁ ଅଂଚଳରେ ସ୍ବଚ୍ଛତା ବଜାୟ ରଖିବା ସହିତ ଏକ ସବୁଜ ସୁନ୍ଦର ଓ ସୁସ୍ଥ ସହର ଗଢ଼ି ତୋଳିବା ପାଇଁ ସଂକଳ୍ପ ନେଇଥିଲେ । ଆସ୍କା ଏନଏସି ରୁ ଆସିଥିବା ପ୍ରତିନିଧି ମଣ୍ଡଳୀ ଓଡ଼ଗାଁର ସମସ୍ତ ୱାର୍ଡ ପରିଦର୍ଶନ କରିବା ସହିତ ଜନ ସାଧାରଣଙ୍କୁ ଏନଏସି ତରଫରୁ ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧା ପଚାରି ବୁଝିଥିଲେ ।ଓଡ଼ଗାଁ ସ୍ବଚ୍ଛତା ଓ ସୁନ୍ଦରତା କୁ ଭୂରିଭୂରି ପ୍ରଶଂସା କରିବା ସହିତ ସ୍ୱଚ୍ଛ ସର୍ବେକ୍ଷଣରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିବ ବୋଲି ମତ ପ୍ରକାଶ କରିଥିଲେ ।ଓଡ଼ଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ସ୍ବଚ୍ଛତା ନିରୀକ୍ଷକ ବରଦା ପ୍ରସନ୍ନ ଦାସ, ସହକାରୀ ଯନ୍ତ୍ରୀ ଆଦିତ୍ୟ କୁମାର ଜେନା, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁଙ୍କ ସହିତ ସମସ୍ତ କର୍ମଚାରୀ ଯୋଗ ଦେଇଥିବା ବେଳେ ଆସିକା ପ୍ରତିନିଧି ମଣ୍ଡଳୀର ସନିଟେସନ ଏକ୍ସପର୍ଟ ଦିପ୍ତିମୟୀ ସାହୁ, କନିଷ୍ଠ ଯନ୍ତ୍ରୀ ରଶ୍ମି ନାୟକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.