ଦୁଇ ବାଇକ୍ ମଧ୍ୟରେ ଧକ୍କା: ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ମୃତ….

youtube


ନୟାଗଡ଼:ସମଗ୍ର ଓଡ଼ିଶାରେ ନଭେମ୍ବର ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତାହତ ପକ୍ଷ ପାଳନ ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭଞ୍ଜନଗର ରାଜ୍ୟ ରାଜପଥର ପଥରା ଛକ ନିକଟରେ ୨ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି।ମୃତ ବାଇକ୍ ଚାଳକ ଜଣକ ଓଡ଼ଗାଁ ପାଇକ ସାହିର ଶୁଭେନ୍ଦୁ ଦଳବେହେରାଙ୍କ ପୁଅ ଦିଲ୍ଲୀପ ଦଳବେହେରା(୩୦)।ଦିଲ୍ଲୀପ ଶାଳପତ୍ର ଖାଲି ଆଣିବା ପାଇଁ ଅନ୍ୟଜଣେ ସାଙ୍ଗକୁ ନେଇ ବାଇକ୍ ରେ ପଥରା ନିକଟସ୍ଥ ନୋତରପଲ୍ଲୀ କୁ ଯାଇଥିଲେ ।ସେଠାରୁ ଖଲି ଧରି ଫେରିବା ବେଳେ ଭଞ୍ଜନଗର ମୁଖ୍ୟ ସଡକକୁ ଆସିବା ବେଳକୁ ଓଡ଼ଗାଁ ପଟୁ ଦୃତ ଗତିରେ ଆସୁଥିବା ଏକ ବାଇକ୍ ଦିଲ୍ଲୀପ ର ବାଇକ୍ କୁ ଶକ୍ତ ଧକ୍କା ଦେଇଥିଲା ।ଫଳରେ ବାଇକ୍ ଚଳାଉଥିବା ଦିଲ୍ଲୀପଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସହଯାତ୍ରୀ କିନ୍ତୁ ବର୍ତ୍ତି ଯାଇଛନ୍ତି ।ଦୁର୍ଘଟଣା ସ୍ଥଳରୁ ଦିଲ୍ଲୀପଙ୍କୁ ସଂଗେସଂଗେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଥିଲେ।ଦିଲ୍ଲୀପ ର ପରିବାର ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।ଏକ ମାତ୍ର ରୋଜଗାରକ୍ଷମ ପୁତ୍ରର ମୃତ୍ୟୁ ଓ ତାର ୩ ଓ ୫ବର୍ଷର ଦୁଇଜଣ ଛୁଆଙ୍କ ଭବିଷ୍ୟତ ପାଇଁ ପରିବାର ଚିନ୍ତିତ ଥିବାବେଳେ ସରକାର ଏହି ଘଟଣା ପ୍ରତି ଦୃଷ୍ଟି ଦେବାକୁ ଓଡ଼ଗାଁ ପାଇକ ସାହି ଗ୍ରାମବାସୀ ଦାବି କରିଛନ୍ତି।
ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ଓଡ଼ଗାଁ ଥାନା କୁରାଳ ଅଞ୍ଚଳର ଜଣେ ଯୁବକ କୋଲକାତାରେ ଚାକିରି କରିଥିବା ବେଳେ ସୁଦୂର ମିଜୋରାମ କୁ ବୁଲି ଯାଇଥିବା ବେଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.