ଆସିକା ACMPCS ର ଜମି ଲିଜ ଦେବା ବେଳେ ମୋଟା ଅଙ୍କର କାରବାର ନେଇ ଅଭିଯୋଗ

add-all

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା । ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା । ଏସିଆ ମହାଦେଶ ରେ ନାଁ ଥିବା ଏହି ସଂସ୍ଥା କିଛି ନେତାଙ୍କ ଯୋଗୁଁ ଋଗ୍‌ଣ ଅବସ୍ଥା କୁ ଚାଲିଆସିଲା । ଏହି ଦୁର୍ଲଭ ଜମି ଉପରେ ଜମି ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ପଡିଥିଲା । ଗତ ବିଜେଡ଼ି ସାରକାର ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲା ପାଳ ଅତି ତରବରିଆ ଭାବେ ଶାଗ ମାଛ ଦରରେ ୯୯ ବର୍ଷ ପାଇଁ ଲିଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେବା ନେଇ ବିଭିନ୍ନ ମହଲ ରେ ସେ ସମୟରେ ଚର୍ଚ୍ଚା ହୋଇଥିଲା । ନିର୍ବାଚନ କୁ ଆଖି ଆଗରେ ରଖି ଏହି ମୂଲ୍ୟବାନ ଜମିକୁ ଅତି ଚତୁରତା ସହ କାଗଜ ପତ୍ରରେ ଠିକ ଠାକ ଦର୍ଶାଇ ଯେଉଁ ବ୍ୟକ୍ତି ଆବେଦନ କରିଥିଲେ ସେ ବ୍ୟକ୍ତିଙ୍କୁ ହିଁ ଦିଆଗଲା ବୋଲି ଆଲୋଚନା ହେଲା।

ନୂତନ ସରକାର ଆସିବା ପରେ ଏହି ମୂଲ୍ୟବାନ ଜମି ଲିଜ ସମ୍ପର୍କ ରେ ବିଧାନସଭା ରେ ଆସିକା ବିଧାୟକ ପ୍ରଶ୍ନ କଲେ ତାପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଲେ। ତାପରେ ଏହି ଜମିକୁ ନେଇ ଆସିକା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହୋଇଥିବା ଚର୍ଚ୍ଚା ଏବେ ଜୋର ଧରିଛି। ସରକାରୀ ଚିକିତ୍ସାଳୟ ପାଇଁ ଓ କୋର୍ଟ ସ୍ଥାନାନ୍ତର ପାଇଁ ଜମି ଚି଼ହ୍ନଟ ହୋଇପାରୁନି। ACMPCS ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଯେଉଁ ଭଳି ବ୍ୟବସାୟୀ ଙ୍କୁ ୨ କୋଟି ୬୨ ଲକ୍ଷ ଟଙ୍କା ରେ ଦିଆଗଲା।ତରବରିଆ ଭାବେ ନିର୍ବାଚିତ ବୋର୍ଡକୁ ବାଦ ଦେଇ ଅସ୍ଥାୟୀ ସମ୍ପାଦକ କାହା ନିର୍ଦ୍ଧେଶରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ ଦୀର୍ଘ ବର୍ଷ ହେଲା ସେଠାକାର କର୍ମଚାରୀ ମାନଙ୍କୁ ପୋଲିସ ବଳରେ ତତ୍କାଳୀନ ଖାଲି କରିବା କଥା ଆସିକା ବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରୁଛି।

ad-week
Leave A Reply

Your email address will not be published.