କୁରାଳ ସମବାୟ ସମିତିରୁ ଅର୍ଥ ଆତ୍ମସାତ ଘଟଣା : ୯ବର୍ଷ ପରେ ବି ଜମାକାରୀ ନିରାଶ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ସମବାୟ ସମିତି ମିନି ବ୍ୟାଙ୍କରୁ ଜମାକାରୀ ମାନଙ୍କର ୬କୋଟି ୪୩ଲକ୍ଷ ଟଙ୍କା ଆତ୍ମସାତ ଘଟଣାକୁ ୯ବର୍ଷ ବିତି ଯାଇଥିଲେ ମଧ୍ୟ ଜମାକାରୀ ମାନେ ସେମାନଙ୍କ ଜମାକାରୀ ମାନେ ଫେରି ପାଇଲେନି ସେମାନଙ୍କ ଜମା ଅର୍ଥ ।ଅନ୍ୟ ପକ୍ଷରେ ଗୋଳମାଳିଆ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଗୋଟିଏ ପ୍ଲଟରେ ପରିବାରର ଏକାଧିକ ଲୋକ ବା ଅନ୍ୟ ଲୋକଙ୍କ ନାମରେ ଋଣ ଉଠାଣ ମାହଙ୍ଗା ପଡ଼ିଲା । ସମିତିର ଅଚଳାବସ୍ଥା ପାଇଁ ଠିକ ସମୟରେ ଋଣ ଆଦାୟ ହୋଇ ନପାରିବାରୁ ଋଣ ଖିଲାପକାରି ମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା । ସାର ବଣ୍ଟନ ସମୟରେ ମଧ୍ୟ ସମିତିରେ କେତେବେଳେ ତାଲା ଝୁଲୁଛି ତ କେତେବେଳେ ଖୋଲୁଛି ।ସୂଚନା ଅନୁଯାୟୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୩୭ଜଣ ଜମାକାରୀ ମାନଙ୍କ ମଧ୍ୟରୁ ସେମାନଙ୍କର ଜମା ଅର୍ଥ ମୋଟ ୧୦ ଲକ୍ଷ ୯୪ହଜାର ଟଙ୍କା ଫେରସ୍ତ ପାଇଥିଲେ ।

ଏହାପରେ କେବଳ ତଦନ୍ତ ଆଳରେ ଜମାକାରୀ ମାନଙ୍କ ଟଙ୍କା ଫେରସ୍ତ କରାଯାଉନଥିବାରୁ ବିଭାଗୀୟ ସ୍ବଚ୍ଛତା ଏବଂ ବିଶ୍ୱସନୀୟତା ଉପରୁ ଜମାକାରୀ ମାନଙ୍କ ଅସ୍ଥା ତୁଟି ଗଲାଣି ।ବିଭାଗୀୟ କର୍ମଚାରୀ ମାନେ ଅର୍ଥ ଆତ୍ମସାତ କରିବେ ମାତ୍ର ତାର କୁପରିଣାମ ଜମାକାରୀ ଭୋଗିବେ କାହିଁକି ? ବିଭାଗୀୟ କତୃପକ୍ଷ ଏହି ଘଟଣା ପ୍ରତି ଧ୍ୟାନଦେବା ଆବଶ୍ୟକ ନଚେତ ୬୦ ହଜାର ନୂତନ ସଦସ୍ୟ ଗ୍ରହଣ ଲକ୍ଷ ଅପେକ୍ଷା ଯେଉଁ ସଦସ୍ୟାନେ ୯ ବର୍ଷ ଧରି ଜମା ଟଙ୍କା ଫେରି ପାଇବାକୁ ଅପେକ୍ଷା କରି ରହିଛନ୍ତି ସେମାନଙ୍କର ଅଭିଯୋଗକୁ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.