ଆସିକା ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ଭିଧାନ ଦିବସ ପାଳିତ

youtube

ବ୍ରହ୍ମପୁର : ଆଜି ସାରା ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ ହେଉଥିବା ବେଳେ ଏ.ଆଇ.ସି.ସି ର ମାର୍ଗଦର୍ଶିକା ଅନୁସାରେ ଓଡିଶାର ସମସ୍ତ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆସିକାରେ ମଧ୍ୟ ସମ୍ଭିଧାନ ଦିବସ ପାଳନ ହୋଇଛି ।ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଭାପତି ରବିନ୍ଦ୍ର ନାଥ ଶର୍ମା, ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, ଆସିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥିନୀ ସୁରଭି ବିଷୋୟୀ, ଶିକ୍ଷିବିତ୍ ଏ.ଯୁଧିଷ୍ଠିର ଦୋରା, କଂଗ୍ରେସ ନେତା ସତ୍ୟ ନାରାୟଣ ରଥ, ଗଞ୍ଜାମ ପ୍ରଭାରୀ ବିଜୟ ପ୍ରଧାନ ସମେତ ବହୁ କର୍ମୀ ଓ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଭାରତ ଇତିହାସରେ ଆଜି ହେଉଛି ଏକ ଗୁୁରୁତ୍ୱପୂର୍ଣ୍ଣ ଦିନ । ନଭେମ୍ବର ୨୬, ୧୯୪୯ ମସିହାରେ ଏହି ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଅଙ୍ଗୀକୃତ କରିଥିଲା । ଏହା ଆଇନର ଢାଚାଂ ନୁହେଁ, ଏହା ଏକ ଜୀବନ ଦର୍ଶନ । ଯାହା ସ୍ୱତନ୍ତ୍ରତା, ସମାନତା ଏବଂ ନ୍ୟାୟର ପ୍ରତୀକ ଅଟେ । ଏ ପ୍ରସଙ୍ଗରେ ସମୟ ସହ ତାଳ ମିଳାଇ ଅନେକ କଥାକୁ ନେଇ ବିମର୍ଷ ଆରମ୍ଭ ହୋଇଛି । ବିମର୍ଷ ହେଉଛି ସମ୍ବିଧାନର ବାସ୍ତବିକ ପ୍ରଣେତା । ଏହା ଭାରତୀୟ ପ୍ରଶାସନିକ ଢାଞ୍ଚା ବିକଶିତ କରିଥିଲା ।

ସାମାଜିକ ନ୍ୟାୟ ଏବଂ ମାନବଧିକାର ଭାବନାକୁ ଅଧିକ ଗୁୁରୁତ୍ୱ ଦିଆଯିବା ସହିତ ଭାରତକୁ ସମ୍ପୂର୍ଣ୍ଣ ପ୍ରଭୂତ୍ୱ ସମ୍ପନ୍ନ ଲୋକତାନ୍ତ୍ରିକ ଗଣରାଜ୍ୟ ଘୋଷିତ କରିବାର ଭାବନାକୁ ରଖାଯାଇଥିଲା । ଭାରତର ଗଣତାନ୍ତ୍ରିକ ଯାତ୍ରାରେ ନଭେମ୍ବର ୨୬ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ । ୧୮୪୯ ମସିହାରେ ଏହି ଦିନ ସମ୍ବିଧାନ ସଭା ଆନୁଷ୍ଠାନିକ ଭାବରେ ସମ୍ବିଧାନକୁ ଗ୍ରହଣ କରିଥିଲା । ଏହା ଏକ ଦିଲିଲ ଯାହା ଜାନୁୟାରୀ ୨୬, ୧୯୫୦ ରେ କାର୍ଯ୍ୟକାରୀ ହୋଇଥିଲା । ସମ୍ବିଧାନ ଦିବସ , ଯାହାକୁ ସମ୍ବିଧାନ ଦିବସ ଭାବରେ ମଧ୍ୟ ଜଣାଯାଏ । ଏହା କେବଳ ଏକ ଉତ୍ସବ ନୁହେଁ ଏହା ସମ୍ବିଧାନର ନିହିତ ମୁଲ୍ୟବୋଧମ – ନ୍ୟାୟ, ସ୍ୱାଧିନତା, ସମାନତା ଏବଂ ଭ୍ରାତୃତ୍ୱର ସ୍ମରଣ କରାଏ । ଏହା ଡକ୍ଟର ବି.ଆର.ଆମ୍ବେଦକରଙ୍କ ନେତୃତ୍ୱରେ ପ୍ରଣେତାଙ୍କ ଦୃଷ୍ଟିକୋଣ ଉପରେ ପ୍ରତିଫଳିତ କରିବାର ଏକ ଦିନ, ଯିଏ ଏକ ଢାଞ୍ଚା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଯାହା ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବ, ଅନୁଷ୍ଠାନ ମଧ୍ୟରେ କ୍ଷମତା ସନ୍ତୁଳିତ କରିବ ଏବଂ ନେତାଙ୍କ ଦାୟିତ୍ୱ ସୁନିଶ୍ଚିତ କରିବ । ଏହି ଦିନ ସାମ୍ବିଧାନିକ ନୈତିକକତାରେ ବିଶ୍ୱାସକୁ ନବୀକରଣ କରିବା, ନାଗରିକ ଏବଂ ନେତା ଉଭୟଙ୍କୁ ମନେ ପକାଇବା ପାଇଁ ଉଦ୍ଦିଷ୍ଟ ଯେ, ସମ୍ବିଧାନ ଏକ ସ୍ଥିର ପାଠ୍ୟ ନୁହେଁ ବରଂ ଭାରତର ଗଣତାନ୍ତ୍ରିକ ପରିକ୍ଷଣକୁ ମାର୍ଗ ଦର୍ଶନ କରୁଥିବା ଏକ ଜୀବନ୍ତ ଦଲିଲ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.