
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହେଲା ନାହିଁ। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା ମଧ୍ୟ ଧାନ ଉଠି ପାରିଲା ନାହିଁ।
ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ମଣ୍ଡି ଖୋଲିଲା। ଚାଷୀ, ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ। କିନ୍ତୁ ମିଲର ଆସି ନ ଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ, ଯୋଗାଣ ବିଭାଗ ଏବଂ ମିଲରମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ମିଲରମାନେ ବୈଠକରୁ ଅଧାରୁ ଉଠି ଯାଇଥିଲେ। ଫଳରେ ଧାନ ସଂଗ୍ରହ ଅନିଶ୍ଚିତତା ଜାରି ରହିଛି।
ଏଣେ କେବେ ପୁଣି ମଣ୍ଡି ଖୋଲିବ ଓ ମିଲରମାନେ ଧାନ ସଂଗ୍ରହ କରିବେ ତାକୁ ନେଇ ଚିନ୍ତାରେ ଚାଷୀ।