ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ

youtube

ନୂଆଦିଲ୍ଲୀ : ଡିସେମ୍ବର ୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ । ଡିସେମ୍ବର ୨୦୨୧ ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ପୁଟିନ ଭାରତ ଗସ୍ତ କରୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୫ରେ ‘୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ୱାନ ଟୁ ୱାନ୍ ଆଲୋଚନା ହେବ । ଏହାସହ ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ସମୟରେ ପୁଟିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଭେଟିବେ । ଏହି ଗସ୍ତ ସମୟରେ ପ୍ରତିରକ୍ଷା, ଆଣବିକ ଶକ୍ତି, ମହାକାଶ, ବାଣିଜ୍ୟ ଓ ନିବେଶ, କୃତ୍ରିମ ବୁଦ୍ଧିମତ୍ତା ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏହାସହ ପୁଟିନ ରୁଷ-ଭାରତ ବାଣିଜ୍ୟ ଫୋରମର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗ ଦେବେ । ୨୦୨୪ରେ ଭାରତ-ରୁଷ ବାଣିଜ୍ୟ ପ୍ରାୟ ୫ ଲକ୍ଷ ୬୧ ହଜାର କୋଟି ଟଙ୍କା ରହିଛି ।

Leave A Reply

Your email address will not be published.