୪୧୪୫ ମନ୍ଦିରର ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

add-all

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବାପେକ୍ଷା ଅଢ଼େଇ କୋଟି ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି ସରକାର।

ପୂର୍ବରୁ ଏହା ୫ କୋଟି ଟଙ୍କା ଥିବା ବେଳେ ଏବେ ଏହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଅଢ଼େଇ କୋଟି ଟଙ୍କା ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେ ଆହୁରି କହିଛନ୍ତି, ଦେବୋତ୍ତର ବିଭାଗ ଅଧୀନରେ ଏବେ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର ରହିଛି।

ସେହିପରି ଆଜି ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା ଚାଲିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ। ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି। ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି। ବଜେଟରେ ବ୍ୟବସ୍ଥା ନଥାଇ ସରକାର କିପରି ଅଙ୍ଗନବାଡ଼ି କାମ କରିବେ ବୋଲି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବଜେଟରେ ବ୍ୟବସ୍ଥା ନଥାଇ କାମ କରିବା ସରକାର ଏହା ନୁହେଁ। ଅତିରିକ୍ତ ବଜେଟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ad-week
Leave A Reply

Your email address will not be published.