ଅନ୍ତଃରାଜ୍ୟ ମୋବାଇଲ ଲୁଟେରା ଦଳକୁ ଧରଲା ବଡ଼ ବଜାର ପୋଲିସ….!

add-all

ତିନି ସହ ରୁ ଉର୍ଦ୍ଧ ମୋବାଇଲ ଜବତ…..

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡ଼ ବଜାର ପୋଲିସ କୁ ସଫଳତା ମିଳିଛି। ଏକଚାରି ଜଣିଆ ଅନ୍ତଃରାଜ୍ୟ ମୋବାଇଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଡ଼ବଜାର ଥାନା ପୋଲିସ। ଆଉ ଜବତ ହୋଇଛି ବିଭିନ୍ନ ବ୍ରାଣ୍ଡର ୩୪୨ଗୋଟି ମୋବାଇଲ। ହାଇଦ୍ରାବାଦ, ଚେନ୍ନାଇ ଭଳି ବଡ଼, ବଡ଼ ସହରର ଜନ ଗହଳି ଅଞ୍ଚଳକୁ କରୁଥିଲେ ଟାର୍ଗେଟ।ସୁବିଧା ଦେଖି ଲୁଟି ନେଉଥିଲେ ଲୋକଙ୍କ ମୋବାଇଲ।ମୋବାଇଲକୁ ବନ୍ଦ କରି ତିଆରି କରିବା ପରେ ଉଚ୍ଚ ଦରରେ ବିକ୍ରି କରୁଥିଲା, ଆଉ ପାଉଥିଲେ ମୁନାଫା।ବଡ଼ବଜାର ପୋଲିସ ଦୁଇ ଜଣଙ୍କୁ ସନ୍ଦେହ କରି ଅଟକ ରଖି ପଚରାଉଚରା କରିଥିଲା।ଆଉ ଯାଞ୍ଚ କରିବା ପରେ ତାଙ୍କ ପାଖରେ ଥିବା ଏୟାର ବ୍ୟାଗରୁ ଶହେ ଟି ବନ୍ଦ ଥିବା ମୋବାଇଲ ପାଇଥିଲା ପୋଲିସ।ଅଧିକ ପଚରାଉଚରା ପରେ ସେମାନେ ଏହି ମୋବାଇଲ ଗୁଡିକ ଚୋରି କରିଥିବା ମାନିଥିଲେ ,ପରେ ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଏକ ଭଡା ଘରେ ପୋଲିସ କରିଥିଲା ରେଡ।ରେଡ ବେଳେ ଆଉ ଦୁଇ ଜଣଙ୍କୁ କାବୁ କରିବା ସହିତ , ବହୁ ପରିମାଣର ମୋବାଇଲ ଜବତ ହୋଇଥିଲା।ସର୍ବମୋଟ ୩୪୨ଗୋଟି ମୋବାଇଲ ଜବତ ହୋଇଛି।ଆଉ ଏହି ଚୋରି ମାମଲାରେ ପୋଲିସ ଧରକୋଟ ଥାନା ଅନ୍ତର୍ଗତ ଦାମୋଦରପାଲି ଗ୍ରାମର ଦାସ ସୋନୁ,ଦାସ ସାହିଲ କୁମାର,ଦାସ ରାଜା ଏବଂ ଆନ୍ଧ୍ରା ପ୍ରଦେଶ ପଶ୍ଚିମ ଗଦାବରୀ ଅଞ୍ଚଳର ପି. ଶ୍ରୀନିବାସଲୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଆଉ କରୁଛି ଅଧିକା ତଦନ୍ତ।ତେବେ ବଡ଼ବଜାର ଥାନା ଇଲାକାର ଶ୍ରୀକ୍ଷେତ୍ର ବିହାର ବର୍ତ୍ତମାନ ପାଲଟିଛି ଅସାମାଜିକ ତତ୍ତ୍ୱ ମାନଙ୍କ ଆଶ୍ରୟ ସ୍ଥଳୀ। ଏନେଇ ଥାନା କେଶ ନମ୍ବର ୫୯୨/୨୫ ମାମଲା ରୁଜୁ କରାଯାଇଛି। ବିଭିନ୍ନ ନାମୀ ଦାମୀ କମ୍ପାନୀ ମୋବାଇଲ ର ଜବତ ହୋଇଛି।

ad-week
Leave A Reply

Your email address will not be published.