ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି : ଭଉଣୀର ଚିକିତ୍ସା ଭାର ସରକାର ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ଜଣାଇଲେ

add-all

ବାଲିଗୁଡା, ତା, ୩୦/୧୧: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସେ ଅତି ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଲକ୍ଷାଧିଜ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଗୀତାଞ୍ଜଳୀଙ୍କ ପାଇଁ ତାଙ୍କ ଭାଇ ତଥା ସମାଜସେବୀ ଦିନବନ୍ଧୁ ମହାରଣା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାମାଜିକ ଗଣମାଧ୍ୟମ (ଏକ୍ସ)ରେ ଜଣାଇଛନ୍ତି।ଏଥିସହ ସେ ସମସ୍ତଙ୍କୁ ଏଥିପାଇଁ ନିବେଦନ କରିଛନ୍ତି ଏହି ବିପତ୍ତିରୁ ସରକାର ତାଙ୍କୁ ସୁରକ୍ଷା ଦେବାସହ ଅଧିକା ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।
ସୂଚନା ଯୋଗ୍ୟଯେ ଗୀତାଞ୍ଜଳୀଙ୍କ ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ ରହିଛି ସେଥିରେ ସେ ମାଗଣା ଚିକିତ୍ସା ସୁବିଧା ପାଉ ନ ଥିବା ନେଇ ଭାଇ ଦୀନବନ୍ଧୁ କହିଛନ୍ତି। ବର୍ତ୍ତମାନ ସାଧାରଣ ଲୋକ ଏବଂ ସରକାର ତାଙ୍କୁ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

ad-week
Leave A Reply

Your email address will not be published.