ନିଃସର୍ତ୍ତ କଥା ସତ ହେଲା : ଦେହଜୀବୀ ଉଦ୍ଧାର, ହୋଟେଲ ମାଲିକ ଗିରଫ…

add-all


ନୟାଗଡ଼: ନୟାଗଡ଼ ରେ ଚାଲିଛି ସେକ୍ସ ରାକେଟ କୁ ନେଇ ନିଃସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା ଯାହାକୁ ଗୁରୁତର ସହିତ ନେଇଛି ପୋଲିସ l ସୂଚନା ଥାଉକି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦ ଲାଠିପଡା ରାସ୍ତାରେ ଥିବା ହୋଟେଲ ଦୀପକ ଉପରେ ପୋଲିସ ଚଢାଉ କରିଛି ।ନୟାଗଡ଼ ଏସଡିପିଓ ଜ୍ୟୋତିରଂଜନ ସାମନ୍ତରାୟଙ୍କ ନେତୃତ୍ୱରେ ଟାଉନ ଥାନା ପୋଲିସ ଓ ଇଟାମାଟି ପୋଲିସ ମିଳିତ ଭାବେ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।ହୋଟେଲ ଭିତରୁ ଜଣେ ଦେହଜୀବୀ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗ୍ରାହକ ଖସି ପଳାଇ ଯାଇଥିବା ସୂଚନା ମିଳିଛି। ହୋଟେଲ ଭିତରୁ ଅନେକ ଆପତ୍ତି ଜନକ ସାମଗ୍ରୀ ମିଳିଥିବା ବେଳେ ହୋଟେଲ ମାଲିକ ସୁଦର୍ଶନ ନନ୍ଦଙ୍କୁ ଗିରଫ କରାଯାଇଛି । ଦୀର୍ଘଦିନ ହେବ ଇଟାମାଟି ଥାନା ପ୍ରତାପ ପ୍ରସାଦ ଓ ଲାଠିପଡା ରାସ୍ତାରେ ଥିବା ଏହି ଦୀପକ ହୋଟେଲରେ ବେଆଇନ ଭାବେ ଦେହ ବ୍ୟବସାୟ ହେଉଥିଲା ।ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଉଥିଲା।ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ନୟାଗଡ଼ ଜିଲ୍ଲାପାଳ ଏସ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଟାଉନ ଥାନା ପୋଲିସ ଓ ଇଟାମାଟି ପୋଲିସ ର ମିଳିତ ଉଦ୍ୟମରେ ଚଢ଼ାଉ ହୋଇଥିଲା ।ଅଟକ ଥିବା ଦେହଜୀବୀ ଜଣକ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ବୋଲି ଜଣାପଡିଛି। ଏହି ଦେହଜୀବୀ ଙ୍କୁ ଷ୍ଟେ ହୋମରେ ରଖାଯିବ ବୋଲି ସୂଚନା ମିଳିଛି l ଏଠାରେ ସୂଚନା ଥାଇକି ନୟାଗଡ଼ ସହର ରେ ଥିବା ଅନେକ ହୋଟେଲ ରେ ଏହି ପରି ଦେହ ବ୍ୟବସାୟ ଚାଲିଛି ବୋଲି ସୂଚନା ମିଳୁଛି ତେଣୁ ପୋଲିସ ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l

ad-week
Leave A Reply

Your email address will not be published.