
ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଏକ ବିକୃତ ମସ୍ତିଷ୍କ ଯୁବକ ଅନ୍ୟ ଜଣେ ଯୁବକଙ୍କ ସହିତ କିଛି ବଚସା ହେବା ପରେ ଗଳା କାଟି ହତ୍ୟା କରିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି ବିକୃତ ମସ୍ତିଷ୍କ ଥିବା ଯୁବକ ଜଣକ କିଛି କଥା କୁ ନେଇ ବଚସା କରିଥିଲେ । ଅନ୍ୟ ଜଣକ ଏହି କଥା ରେ ବଚସା କରିବାରୁ ସେହି ବିକୃତ ମସ୍ତିଷ୍କ ଜଣକ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଗଳାରେ ଆଘାତ ଦେଇ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଚିତ୍ରକୋଣ୍ଡା କଳାହାଣ୍ଡି ସାହି ରବି ସଗରିଆ ଙ୍କ ପୁଅ ସନ୍ୟାସୀ ଟାକ୍ରି (୩୯), ଏବଂ ବିକୃତ ମସ୍ତିଷ୍କ ବ୍ୟକ୍ତି ଜଣକ ସୁନ୍ଦର ।