ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ, ଓଡ଼ଗାଁ ପୋଲିସ ଦ୍ବାରା ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକ ଅଟକ

youtube

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବେଆଇନ ଖଣିଜ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବେଳେ ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକ କୁ ଅଟକ ରଖାଯାଇଛି। ଚାଳକ ଜଣକ କୋମଣ୍ଡ ମଶାଣି ସହିତ ବଳରାମ ନାୟକ(୩୯) ଏବଂ ଗାଡ଼ି ମାଲିକ କୋମଣ୍ଡ ମକରପଦା ର ରବୀନ୍ଦ୍ର ଭଟ୍ଟ(୩୫)। ଓଡ଼ଗାଁ ପୋଲିସ ଏଏସଆଇ ଦେବରାଜ ମଲ୍ଲିକ, ହାବିଲଦାର ବ୍ରଜେନ୍ଦ୍ର ନାୟକ, କନେଷ୍ଟବଳ ଉପେନ୍ଦ୍ର ମଲ୍ଲିକ ପାଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ମାଙ୍କଡ଼ା ଚାଲାଣ ହେଉଥିବା ଓଆର ୨ବିକେ ୪୯୭୪ ମିନି ଟ୍ରକକୁ ଅଟକାଇ ଓଡ଼ଗାଁ ଥାନାକୁ ଆଣିଥିଲେ । ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଦଫାରେ ୩୫୮/୨୦୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.