ଲମତାପୁଟ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ !

add-all

କୋରାପୁଟ : କୋରାପୁଟ ଜ଼ିଲ୍ଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜ଼ିଲ୍ଲା ପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମଜାଜନ ,ଉପ -ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ନନ୍ଦପୁର ଏସଡିପିଓ ଦେବେନ୍ଦ୍ର ମହାଲିକ,ପିଏ ଆଇଟିଡିଏ ସ୍ନେହପ୍ରଭା ମାଝୀ ମାଛକୁଣ୍ଡ ତହସିଲଦାର ଦିବାକର ବାଘ, ,ଖଣ୍ଡିୟ ବନ ବିଭାଗ ଅଧିକାରୀ ରାଜ ଶେଖର ରାଓ,ଲମତାପୁଟ ବ୍ଲକ ଅଧ୍ୟକ୍ଷ ତାପସ କୁମାର ଚାଲାଣ, ଡ଼ ଦେବଦାତା ମହଲିକ ଡିପିଏଚଓ ଉପସ୍ଥିତ ରହିଥିଲେ l ଲମତାପୁଟ ଠାରେ ଆୟୋଜିତ ମିଳିତ ଜଣାଶୁଣାଣୀ କାର୍ଯ୍ୟକ୍ରମରେ ମୋଟ 28ଗୋଟି ବିଭିନ୍ନ ଅଭିଯୋଗର ଜନ ଶୁଣାଣୀ ହୋଇଛି l ବ୍ୟକ୍ତିଗତ ସମସ୍ୟା ଉପରେ 10 ଏବଂ ସାମୁହିକ ଭାବରେ 18 ଗୋଟି ସମସ୍ୟା ଉପରେ ଲୋକଙ୍କୁ ଠାରୁ ଅଭିଯୋଗ ଗ୍ରହଣ କରିବା ପରେ ଶୁଣାଣୀ ସ୍ଥଳରେ 6 ଗୋଟି ସମସ୍ୟାର ସମାଧାନ କରିଥିଲେ l ଉପସ୍ଥିତ ବିଭିନ୍ନ ବିଭାଗ ରେ ଆସିଥିବା ଅଭିଯୋଗ ଗୁଡିକ ତୁରନ୍ତ ତଦନ୍ତ କରି ସମସ୍ୟା ସମାଧାନ କରିବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ l
ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଲମତାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.