ଏମ୍ସକୁ ୩. ୪ କୋଟି ଦାନ କଲେ ପ୍ରଫେସର ଡା କେ. ଲକ୍ଷ୍ମୀ ବାଇ

youtube

ଭୁବନେଶ୍ବର : ନିଜ ବାସଭବନକୁ ବିିକି ଭୁବନେଶ୍ବର ଏମ୍ସ ୩କୋଟି ୪୦ ଲକ୍ଷ ଟଙ୍କା ଦାନ କଲେ ପ୍ରଫେସର ଡାକ୍ତର କେ. ଲକ୍ଷ୍ମୀ ବାଇ । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି । ଆସନ୍ତା ୫ ତାରିଖରେ ନିଜ ଶତ ବାର୍ଷିକୀ ପାଳନ କରିବେ ଡାକ୍ତର କେ. ଲକ୍ଷ୍ମୀ ବାଇ । ୧୯୪୫ ମସିହାରେ କଟକ ମେଡ଼ିକାଲ କଳେଜର ସେ ଥିଲେ ପ୍ରଥମ ବ୍ୟାଚ୍ ର ଏମବିବିଏସ୍ ଛାତ୍ରୀ ।

ଏହା ପରେ ସେ ଏମକେସିଜି ମେଡ଼ିକାଲ କଲେଜର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ । ଏହା ପରେ ସେ ନିଜକୁ ସମାଜସେବା ଓ ଲୋକଙ୍କ ଚିକିତ୍ସା ସେବାରେ ନିଜକୁ ନିୟୋଜିତ କରିଥିଲେ । ଦେଶ ଓ ଦେଶ ବାହାରୁ ଶିକ୍ଷା ଆହରଣ କରିଥିବା ଡ. ଲକ୍ଷ୍ମୀ ବାଇ ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସପିଟାଲରୁ ଚାକିରି ଜୀବନ ଆରମ୍ଭ କରି ୧୯୮୬ରେ ଏମକେସିଜି ମେଡ଼ିକାଲରେ ଅବସର ନେଇଥିଲେ ।  ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତ ଜ୍ୟୋତି ଆୱାର୍ଡ ଇଂଟରନ୍ୟାସନାଲ୍ ଫ୍ରେଣ୍ଡସିପ୍ ସୋସାଇଟି ଆୱାଡ୍ ଓ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆୱାର୍ଡ ପାଇଛନ୍ତି ।  ତାଙ୍କର ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ସନ୍ତାନ କେହି ନାହାନ୍ତି ।

Leave A Reply

Your email address will not be published.