ଟଙ୍କା କାରବାରକୁ ନେଇ ଗୁଳିକାଣ୍ଡ, ୬ କୋର୍ଟ ଚାଲାଣ

youtube

ଜୋଡା: ଜୋଡା ବଲାଣି ଥାନା ଅଂଚଳରେ ଫୁଟିଲା ଗୁଳି ।  ଟଙ୍କା ଦେଣ ନେଣକୁ ନେଇ ଗୁଳିକାଣ୍ଡ ।  ଏକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ଟଙ୍କା ନେଣଦେଣକୁ ନେଇ କଣ୍ଟ୍ରାକ୍ଟର ଓ ସବ କଣ୍ଟ୍ରାକ୍ଟରଙ୍କ ବିବାଦ ପରେ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି । ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣରେ ବିଳମ୍ବ ହେବାକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏତିକିବେଳେ ହଠାତ୍ ମୁଖ୍ୟ କଣ୍ଟ୍ରାକ୍ଟରଙ୍କ ସୁରକ୍ଷା କର୍ମୀ ଫାଙ୍କାରେ ଗୁଳି ଫୁଟାଇଥିଲେ ।  ତେବେ ସୌଭାଗ୍ୟବଶତଃ ଗୁଳି କାହାକୁ ବାଜିନଥିଲା ।  ଏନେଇ ବଲାଣି ଥାନାରେ ଏକ ମାମଲା ରୁଜୁ ହୋଇଛି ।  ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଗୋଟେ ରାଇଫଲ, ପିସ୍ତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।  ଗୁଳିକାଣ୍ଡ ଯୋଗୁଁ ବଲାଣି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.