ନୂଆ ସରକାରରେ ସକ୍ରିୟ ଭିଜିଲାନ୍ସ, ୩୧୮ ମାମଲାରେ ୮୨ ଅଧିକାରୀଙ୍କ ସମ୍ପତ୍ତି ଜବତ: ମୁଖ୍ୟମନ୍ତ୍ରୀ

youtube

ଭୁବନେଶ୍ୱର : ନୂଆ ସରକାରରେ ଭିଜିଲାନ୍ସ ଆକ୍ଟିଭ । ଏପର୍ଯ୍ୟନ୍ତ ୩୧୮ଟି ଦୁର୍ନୀତି ମାମଲା ହୋଇଛି । ୮୨ ସରକାରୀ ଅଧିକାରୀଙ୍କ ୨୦୮ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତି ଜବତ ହୋଇଛି । ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାର ଆସିବା ପରଠାରୁ ୩୧୮ ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ସେଥିରୁ ଆୟ ବହିର୍ଭୁତ ସମ୍ପତି ଠୁଳରେ ୮୨ ସରକାରୀ ବାବୁଙ୍କ ଉପରେ ଚଢ଼ାଉ ହୋଇ ୨୦୮ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତି ଜବତ ହୋଇଛି । ଏହା ସହ ୨୬୬ ସରକାରୀ ବାବୁ, ୧୨ ଲୋକସେବକ ଓ ୩୮ ସାଧାରଣ ଲୋକଙ୍କୁ ଗିରଫ କରାଯାଇଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.