
ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚର ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା।
ତେବେ ମୁଖ୍ୟମନ୍ତ୍ରୀ ଅନଲାଇନ ମାଧ୍ୟମରେ ଏହି ଟିକେଟ କିଣିଛନ୍ତି। ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବହୁ ପ୍ରତୀକ୍ଷିତ ଟି୨୦ ମ୍ୟାଚ ଖେଳାଯିବ।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ ୨୩୦୦୦ ଟିକେଟ ବିକ୍ରି କରାଯିବ । ଅନଲାଇନରେ ଜୋମାଟୋ ମାଧ୍ୟମରେ ୨୦୦୦ ଟିକେଟ ବିକ୍ରି ହେବ । ଗ୍ୟାଲେରୀ ୧ ଓ ୩ର ଟିକେଟ ମୂଲ୍ୟ ୧୧୦୦, ୨ ଓ ୪ର ମୂଲ୍ୟ ୯୦୦, ୫ ଓ ୭ର ମୂଲ୍ୟ ଯଥାକ୍ରମେ ୧୨୦୦ ଓ ୭୦୦ ଟଙ୍କା ରଖାଯାଇଛି । ସ୍ପେଶିଆଲ ଏନକ୍ଲୋଜର ପାଇଁ ୬୦୦୦, ଏସି ବକ୍ସ ୮୦୦୦, ନିଉ ପ୍ୟାଭିଲିୟନ ୧୦୦୦୦ ଓ କର୍ପୋରେଟ ବକ୍ସର ମୂଲ୍ୟ ୨୦୦୦୦ ରଖାଯାଇଛି । ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୮ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଏବଂ ତା ପରଦିନ ସକାଳ ୯ରୁ ଅପରାହ୍ନ୧ଟା ପର୍ଯ୍ୟନ୍ତ କ୍ୟାମ୍ବ୍ରିଜ ସ୍କୁଲଠାରେ ରିଡିମ କରାଯାଇ ପାରିବ ।
ଅପରପକ୍ଷରେ ସାଧାରଣ ଲୋକଙ୍କ ପାଇଁ ବାରବାଟୀ କାଉଁଟରରେ ଡିସେମ୍ବର ୫ ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫଲାଇନ ଟିକେଟ ବିକ୍ରି ହେବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣିପାରିବେ ବୋଲି ଜଣାପଡିଛି ।