ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ପୋଡ଼ି ପାଉଁଶ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ୍ ଅର୍ନ୍ତଗତ ଗୁଞ୍ଜିବାଡ଼ି ପଞ୍ଚାୟତର ଲକେବାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ଆଁରେ ଲକ୍ଷାଧ‌ିକ ଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କିଛି ବୁଲା ବ୍ୟବସାୟୀ କିଛି ଦିନ ହେବ ଲକେବାଡ଼ି ଗ୍ରାମରେ ଏକ ଭଡ଼ା ଘରେ ଶୀତବସ୍ତ୍ର ରଖି ସେଠାରେ ରହି ଆଖପାଖ ଅଞ୍ଚଳରେ ଫେରିବାଲା ଭାବେ ବ୍ୟବସାୟ କରୁଥିଲେ। କୌଣସି କାରଣରୁ ଆଜି ସକାଳେ ଘରେ ନିଆଁ ଲାଗି ଯାଇଥିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥ‌ିବା ଜଣାପଡ଼ିଛି। ଖବରପାଇ ଘଟଣା ସ୍ଥଳରେ ରାଇକିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ନଷ୍ଟ ହୋଇଥିବା ବେଳେ ଜନ ଜୀବନ ସୁରକ୍ଷିତ ଥ‌ିବା ଜଣାପଡ଼ିଛି। ଅନ୍ୟପଟେ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥ‌ିବା ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି।

ad-week
Leave A Reply

Your email address will not be published.