ରାସ୍ତା ପାର୍ଶ୍ବରୁ ଅଜଗର ସାପ ଉଦ୍ଧାର

add-all

ବ୍ରହ୍ମପୁର : ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଆମ୍ବଗଡ଼ ମୁଖ୍ୟ ରାସ୍ତା ପାଶ୍ୱ ରୁ ରାସ୍ତା ଅତିକ୍ରମ ସମୟରେ ଏକ ଅଜଗର ସାପ ଉଦ୍ଧାର ହୋଇଛି l ଯାତାୟାତ କରୁଥିବା ଲୋକ ସାପ ଥିବା ଖବର ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କୁ ଜଣାଇ ଥିଲେ,ସେ ସର୍ପ ମିତ୍ର ପି. ଅରବିନ୍ଦ ଦେଶୀ ବେହେରାଙ୍କୁ ଅବଗତ କରାଇଥିଲେ, ଦେଶିବେହେରା ଘଟଣା ସ୍ଥଳରେ ପହଞ୍ଚି ଛଅ ଫୁଟର ଅଜଗର ସାପ କୁ କୌଶଳ କ୍ରମେ ଉଦ୍ଧାର କରି ବ୍ରହ୍ମପୁର ବନାଞ୍ଚଳ କାର୍ଯାଳୟ ରେ ବନପାଳ ସୋମନାଥ ମଲ୍ଲିକଙ୍କ ଉପସ୍ଥିତି ରେ ହସ୍ତାନ୍ତର କରିଥିଲେ l ସାପର ବ୍ୟବହାର ସାଧାରଣ ଥିବା ବେଳେ ଉକ୍ତ ସାପଟିକୁ ରାମଗୁଡା ସଂରକ୍ଷିତ ଜଙ୍ଗଲ ସ୍ଥିତ କୁମ୍ଭଝରି ଘାଇ ଠାରେ ପ୍ରାକୃତିକ ପରିବେଶରେ ମୁକ୍ତ କରାଯାଇଛି l ଉଦ୍ଧାର ଓ ମୁକ୍ତ ସମୟରେ ସମ୍ପାଦକ ବିଜେନ୍ଦ୍ର ମାଝୀ, ପରିବେଶକର୍ମୀ ନଳିନୀ କାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.