ଭାରତୀୟଙ୍କ ସପକ୍ଷରେ ଏଲନ ମସ୍କ, ଆମେରିକା ସରକାରଙ୍କ ପଦକ୍ଷେପକୁ କଲେ ବିରୋଧ

youtube

ନୂଆଦିଲ୍ଲୀ: ଟେସଲା, ସ୍ପେସଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ଏକ ଆମେରିକୀୟ ପୋଡକାଷ୍ଟ ରେ ଦେଇଥିବା ଉତ୍ତର ରୁ ଜଣା ପଡିଛି ଯେ ଭାରତୀୟଙ୍କ ଭିସା ବିରୁଦ୍ଧରେ ଆମେରିକା ସରକାରଙ୍କ ପଦକ୍ଷେପକୁ ସହ ସେ ସହମତ ନୁହନ୍ତି । ମସ୍କ କହିଛନ୍ତି ଯେ ଆମେରିକାକୁ ଆସିଥିବା ପ୍ରତିଭାଶାଳୀ ଭାରତୀୟଙ୍କଠାରୁ ଆମେରିକା ଅତ୍ୟନ୍ତ ଲାଭବାନ ହୋଇଛି, ଏହାସହ ସତର୍କ କରାଇ ଦେଇଛନ୍ତି ଯେ କିଛି ଆଉଟସୋର୍ସିଂ କମ୍ପାନୀ କମ୍ ମୂଲ୍ୟରେ ନିଯୁକ୍ତି ଦେବା ପାଇଁ ଏଚ-୧ବି  ଭିସା ସିଷ୍ଟମ୍‌କୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି । ଏଚ-୧ବି ସିଷ୍ଟମ୍‌କୁ ବନ୍ଦ କରିବା, ପ୍ରକୃତରେ ବହୁତ ଖରାପ ହେବ ବୋଲି ସେ କହିଛନ୍ତି ।

ପୋଡକାଷ୍ଟରେ ମସ୍କ କହିଛନ୍ତି ଯେ , କିଛି କମ୍ପାନୀ ଏଚ-୧ବି ଭିସାକୁ ଅଧିକ ମୂଲ୍ୟବାନ କହୁଛନ୍ତି । ଯଦି କମ୍ପାନୀମାନେ ଜଣେ ଆମେରିକୀୟ ନାଗରିକଙ୍କ ଖର୍ଚ୍ଚର ଏକ ଅଂଶ ଦେଇ କାହାକୁ ନିଯୁକ୍ତି ଦେଇପାରିବେ, ତେବେ ମୁଁ ଭାବୁଛି ଏହି କମ୍ପାନୀଗୁଡ଼ିକ କେବଳ ନିଜ ଖର୍ଚ୍ଚ ବଞ୍ଚାଇବା ପାଇଁ ଏପରି କରିବେ । ମୋ କମ୍ପାନୀଗୁଡ଼ିକରେ, ସମସ୍ୟା ହେଉଛି ଆମେ ବିଶ୍ୱର ସବୁଠାରୁ ପ୍ରତିଭାବାନ ଲୋକଙ୍କୁ ପାଇବାକୁ ଚେଷ୍ଟା କରୁଛୁ, ଏବଂ ଆମେ ହାରାହାରିଠାରୁ ବହୁତ ଅଧିକ ଦରମା ଦେଉଛୁ । ଏହା ମୋର ଅଭିଜ୍ଞତା ନୁହେଁ ବୋଲି ମସ୍କ କହିଛନ୍ତି । ଭାରତୀୟ ନାଗରିକଙ୍କ ଭିସା ସପକ୍ଷରେ ସେ କହିଛନ୍ତି , ମୁଁ ଭାବୁଛି ଏଚ-୧ବି ଭିସାର ଅପବ୍ୟବହାର ହୋଇଛି । କିଛି ଆଉଟସୋର୍ସିଂ କମ୍ପାନୀ ଏଚ-୧ବି ସିଷ୍ଟମକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି , ଆମକୁ ଏହା ବନ୍ଦ କରିବାକୁ ପଡିବ । ଏଚ-୧ବି ଭିସା ବନ୍ଦ କରିବା ମୋ ଚିନ୍ତାଧାରା ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଜୋ ବାଇଡେନ” ଶାସନରେ, ଏହି ଭିସା ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଥିଲା ଯେଉଁଥିରେ କୌଣସି ନିୟନ୍ତ୍ରଣ ସୀମା ନଥିଲା । କିନ୍ତୁ ବାମପନ୍ଥୀମାନେ ଏଥିରେ ସୀମା ରଖିବାକୁ ଚାହାଁନ୍ତି, ଯାହାର କୌଣସି ପ୍ରତିବନ୍ଧକ ନାହିଁ । ପ୍ରବାସୀଙ୍କର ପରିସ୍ଥିତି କ’ଣ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ,  ସେମାନେ ଜଣେ ଅପରାଧୀ ହୋଇପାରନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ସେ କହିଥିଲେ । ଦକ୍ଷିଣପନ୍ଥୀଙ୍କର ଏକ ଧାରଣା ଅଛି ଯେ, ଅନ୍ୟ ଦେଶର ପ୍ରତିଭାବାନ ଲୋକମାନେ ସେମାନଙ୍କ ଚାକିରି ଛଡ଼ାଇ ନେଉଛନ୍ତି । ମୁଁ ଜାଣିନାହିଁ ଏହା କେତେ ବାସ୍ତବ । ମୋର ପର୍ଯ୍ୟବେକ୍ଷଣ ଯେ, ସର୍ବଦା ପ୍ରତିଭାବାନ ଲୋକଙ୍କ ଅଭାବ ରହୁଛି । କଷ୍ଟକର କାର୍ଯ୍ୟ କରିବା ପାଇଁ ଆମକୁ ଯଥେଷ୍ଟ ପ୍ରତିଭାବାନ ଲୋକ ଖୋଜିବାରେ ବହୁତ ଅସୁବିଧା ହେଉଛି, ତେଣୁ ଅଧିକ ପ୍ରତିଭାବାନ ଲୋକ ଆସିଲେ ଭଲ ।

ଏଚ-୧ବି ଭିସାର ଭାରତୀୟମାନେ ପ୍ରମୁଖ ଲାଭ ଉଠାନ୍ତି । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହା ସମାଲୋଚନାର ଶିକାର ହୋଇଛି । ଏହି ବର୍ଷ ଆରମ୍ଭରେ, ଯୁକ୍ତରାଷ୍ଟ୍ର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଲୋକପ୍ରିୟ ଏଚ-୧ବି ଭିସା କୁ ନେଇ କହିଛନ୍ତି ଯେ, ଏହା ଏକ ସ୍କାମ୍ ଯାହା ବିଦେଶୀ କର୍ମଚାରୀମାନଙ୍କୁ ଆମେରିକୀୟ ଚାକିରି ସୁଯୋଗ ପୂରଣ କରିବାକୁ ଦିଏ । ଆମେରିକା ପ୍ରଶାସନ ଭିସା କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି , ଯେଉଁଥିରେ ଭିସାକୁ ନେଇ ଲଟେରୀ ଆଧାରିତ ଆବଣ୍ଟନ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.