
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ଘଟଣାରେ, ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଆଜି କାଶ୍ମୀରର ପୁଲୱାମା, ଶୋପିଆନ ଏବଂ କୁଲଗାମ ଜିଲ୍ଲାର ଆଠଟି ସ୍ଥାନରେ ଚଢାଉ କରିଛି । ତଦନ୍ତ ଅଧିକାରୀମାନେ କହିଛନ୍ତି ଯେ ଏନଆଇଏ ରେ ସାମିଲ ତଦନ୍ତ ଦଳଗୁଡ଼ିକ ଶୋପିଆନ ସ୍ଥିତ ମୌଲବୀ ଇରଫାନ ଅହମଦ ୱାଗେଇଙ୍କ ବାସଭବନରେ ତଲାସ ଚଳାଇଛନ୍ତି । ସେ ଘଟଣାରେ ଧରାପଡ଼ିଥିବା ଆତଙ୍କି ମାନଙ୍କ ସହ ସମ୍ପୃକ୍ତ । ଅକ୍ଟୋବରରେ ତାଙ୍କୁ ଗିରଫ କରା ଯାଇଥିଲା ଏବଂ ଏନଆଇଏ ଗତ ମାସରେ କାର ବିସ୍ଫୋରଣର ତଦନ୍ତ ଦାୟିତ୍ୱ ନେବା ପରେ ତାଙ୍କୁ ହେପାଜତକୁ ନେଇଥିଲା । ପୁଲୱାମା ଜିଲ୍ଲାର କୋଏଲ, ଚାନ୍ଦଗାମ, ମଲାଙ୍ଗପୋରା ଏବଂ ସାମ୍ବୁରା ଅଞ୍ଚଳରେ ମଧ୍ୟ ଚଢାଉ କରାଯାଇଛି , ଏହି ସ୍ଥାନଗୁଡ଼ିକ ମଧ୍ୟ ଦିଲ୍ଲୀ କାର ବିସ୍ଫୋରଣ କରିଥିବା ଆତଙ୍କୀଙ୍କ ସହ ଜଡିତ । ଘଟଣାରେ ଏ ପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।