ବେଆଇନ ଗଂଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ : କାଠ ବୋଝେଇ ଟ୍ରକ ସହ ୧0୫ କିଲୋ ଗଂଜେଇ ଜବତ, ଚାରି ଗିରଫ —

ବ୍ରହ୍ମପୁର: ବେଆଇନ ଗଂଜେଇ ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗ କରିଲା ଚଢ଼ାଉ. କାଠ ବୋଝଇ ଟ୍ରକରେ ଗଂଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ. କାଠ ବୋଝେଇ ଟ୍ରକ ସହ 105 କିଲୋ ଗଂଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ. ଟ୍ରକକୁ ଏସ୍କର୍ଟ କରୁଥିବା ଓମିନି କାରକୁ ବି ଜବତ କରିଛି ଗୁଇନ୍ଦା ବିଭାଗ. 3 ଟି ମୋବାଇଲ ଫୋନକୁ ଜବତ କରି ଅଧିକ ତଦନ୍ତ କରିଥିଲା. 4 ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା. ଜୟପୁରରୁ ଭୁବନେଶ୍ୱରକୁ ଟ୍ରକରେ କାଠ ଚାଲାଣ ହେଉଥିବା ବେଳେ ସେଥିରେ କଟକର ଏକ ଅଞ୍ଚଳକୁ ଗଂଜେଇ ଚାଲାଣ କରୁଥିଲେ. କନ୍ଧମାଳ ଜିଲ୍ଲା ହୋଇ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ଆସିକା ନିକଟ ଖଣ୍ଡରାବଳି ଠାରେ ଚଢ଼ାଉ କରି ଟ୍ରକକୁ ଧରିଥିଲେ. 105 କିଲୋ ଗଂଜେଇ ଟ୍ରକରୁ ଜବତ କରିଥିଲେ. ଟ୍ରକରେ 11 ମେଟ୍ରିକ ଟନ ଉଇକ୍ଳେଏସପଟାସ କାଠ ରହିଛି. 805 ଖଣ୍ଡ କାଠକୁ ବି ଜବତ କରିଥିବା କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୃତିକାନ୍ତ ରାଉତ. ଜବତ ଗଂଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବା ଅନୁମାନ କରିଥିବା ବେଳେ ସମୁଦାୟ ଜବତ ହୋଇଥିବା ସରଞ୍ଜାମର ଆନୁମାନିକ ମୂଲ୍ୟ 55 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ଗୁଇନ୍ଦା ବିଭାଗ. ସେପଟେ ପୂର୍ବରୁ ଗଂଜେଇ କାରବାର ଘଟଣାରେ ଗିରଫ ହୋଇଥିବା ନକୁଳ ପଲ୍ଲେଇ ଏବେ ମଧ୍ୟ ଘଟଣାରେ ସମ୍ପୃକ୍ତ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି. ଏପଟେ କିଛି ଜାଣିନଥିବା ନକୂଳ କହିଛି. ଅନ୍ୟପଟେ ଟ୍ରକ ଡ୍ରାଇଭର 15 ହଜାର ଟଙ୍କା ପାଇଁ ଗଂଜେଇ ଚାଲାଣ କରୁଥିବା ତଦନ୍ତରୁ ଜଣା ପଡ଼ିଥିବା କହିଛନ୍ତି ଅବକାରୀ ଗୁଇନ୍ଦା ଡେପୁଟି ସୁପରିଟେଣ୍ଡେଣ୍ଟ.