

ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଯେଉଁଠି ହାତ ମାରିବ ସେଠାରୁ ପାଇବା ଦୁର୍ନୀତି ର ଗନ୍ଧ..
ବ୍ରହ୍ମପୁର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ବି ଏମ ସି ଟଙ୍କା ଦିଅ ପସରା ମେଲ ନୀତି..
ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ରେ ପାଦ ପାଦ ରେ ଦୁର୍ନୀତି ଦେଖିବାକୁ ମିଳୁଛି। ବିନା ମାଷ୍ଟର ପ୍ଲାନ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବେଳେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଯେଉଁଠି ହାତ ମାରିବେ ସେଠାରୁ ପାଇବା ଦୁର୍ନୀତି ର ଗନ୍ଧ l ଦୁର୍ନୀତି କିପରି ହେବ ସରକାରୀ ଅର୍ଥ କୁ କିପରି ଲୁଟା ଯାଇପାରିବ ତାହା ବ୍ରହ୍ମପୁର ବି ଏମ ସି ଠାରୁ ଶିଖିବା କଥା l ଯେମିତି ଏଠାକାର ଅଫିସର ମାନେ ପାଠ ଶାଳା ଖୋଲି ବସିଛନ୍ତି l ସୂଚନା ଥାଉକି ଏଠାକାର ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନେଜ ବ୍ୟବସ୍ଥା ନକହିବା ଭଲ। ଉନ୍ନୟନ ନାଁ ରେ ଅର୍ଥ ବାଟମାରଣା ପାଇଁ ବିନା ପ୍ଲାନରେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ପୋକରୀ ସୌନ୍ଦର୍ଯ୍ୟ କରଣ ନାମରେ କୋଟି କୋଟି ଟଙ୍କା ହଡପ କରିନେଲେ l ସେହିଭଳି ସହରରେ ଆଲୋକ ବ୍ୟବସ୍ତା, ସି ସି ଟିଭି ବ୍ୟବସ୍ଥା ଯାହା ଧର୍ମକୁ ଆଖିଠାର ସଦୃଶ୍ୟ l ସଫେଇ ବ୍ୟବସ୍ଥା କୁ କୌଣସି ଏକ ସଂସ୍ଥା କୁ ଟେକି ଦେଇ ବାବୁ ମାନେ ମୌଜ ମସ୍ତିରେ ମସଗୁଲ l ଆମ ସହର ସୁନ୍ଦର ସହର ଏବଂ ସ୍ୱଚ୍ଛ ସହର କେବଳ କାଗଜ କଲମରେ ସୀମିତ, ଶିଶୁ ଉଦ୍ୟାନ କଥା ନକହିବା ଭଲ ନିଜେ ନଦେଖିଲେ ବିଶ୍ୱାସ ହେବନି l ଜବର ଦଖଲ ଉଛେଦ କେବଳ ଲୋକ ଦେଖାଣିଆ ଆଜି ସୁଦ୍ଧା ବଡ ବଡ଼ିଆ ଙ୍କୁ ହାତ ମାରିବାକୁ ସାହସ ନାହିଁ ବାବୁ ମାନଙ୍କ କୋର୍ଟ ପେଟା ଛକ ଠାରୁ ନୁଆଁ ବସଷ୍ଟାଣ୍ଡ ରୋଡ଼ ଜବରଦଖଲ ରେ ରହିଛି କିନ୍ତୁ ବାବୁ ମାନେ ମାସିକିଆ ବଟି ନେଇ ଚୁପ l କାଣୀ ବିରାଡ଼ି ର କୁଜି ଅସରପା ଉପରେ ଦାଉ ସାଧିଲା ପରି ନ୍ୟାୟ l ଗରିବ ଖଟି ଖିଆ ଲୋକଙ୍କ ଠାରୁ ପାନୁ ଆଦାୟ କରି ଏବଂ ପାରିବା ପଣ ଦେଖାଇ ଜବରଦଖଲ ଉଛେଦ ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଉଛି କିନ୍ତୁ ବଡ ବଡ଼ିଆ ଙ୍କ ଜବର ଦଖଲ ବିଷୟରେ ପଚାରିଲେ ବାବୁ ମାନଙ୍କ ପାଟି ବନ୍ଦ l ସୂଚନା ଆଇନ ଦ୍ଵାରା ତଥ୍ୟ ମାଗିଲେ କୌଣସି ତଥ୍ୟ ଦେବାକୁ ବି ଏମ ସି ରାଜି ନାହିଁ l ସରକାରୀ ଅର୍ଥ ବାଟ ମାରଣା କିପରି କରାଯାଇ ପାରିବ ବି ଏମ ସି ପାଠଶାଳା ଖୋଲି ରଖିଛି ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା l ରାସ୍ତାରେ ବୁଲୁଥିବା ଗାଈ ଗୋରୁ ଚି଼ହ୍ନଟ ପାଇଁ ଟ୍ୟାଗ ର ବ୍ୟବସ୍ଥା ନାମରେ ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣା କରାଗଲା ସେମାନଙ୍କ ଥଇ ଥାନ ବ୍ୟବସ୍ଥା କୁ ନେଇ ଅନେକ ଅନୁଷ୍ଠାନ ସ୍ବର ଉଠାଇବା ସହିତ ଦାବୀ ପତ୍ର ପ୍ରଦାନ କରିଛନ୍ତି କୁନ୍ତୁ ଫଳ ଶୂନ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟା ଗ୍ରାମ ପଂଚାୟତ ରେ ଏକ ଆଦର୍ଶ ଗୋ ଶାଳା ନିର୍ମାଣ କରାଗଲା କିନ୍ତୁ ଏହା କେତେ ଟଙ୍କା ଆନୁକୂଲ୍ୟରେ ତିଆରି କରାଗଲା ଏହାର ତଥ୍ୟ କାହାପାଖରେ ନାହିଁ, ବିନା ସୂଚନା ଫଳକ ରେ ଏହି ଆଦର୍ଶ ଗୋ ଶାଳା ନିର୍ମାଣ ହୋଇ ଉଦଘାଟନ ବି ସରିଲା କିନ୍ତୁ ବର୍ତମାନ ଅପରାଧୀ ତତ୍ୱ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି l ସହର ରେ ହେଉଥିବା ଅପରାଧ ର ବ୍ଲୁ ପ୍ରିଣ୍ଟ ଏହି ଆଦର୍ଶ ଗୋ ଶାଳା ରେ ହେଉଛି ବୋଲି ଅଭିଯୋଗ ହେଲାଣି l ବ୍ରହ୍ମପୁର ବି. ଏନ. ସି ରେ ଅନେକ କର୍ମଚାରୀ ଓ ଅଫିସର କୋଳି ଖାଇ ମଞ୍ଜି ପୋତିଛନ୍ତି, ଯାହା ଫଳରେ ଦୁର୍ନୀତି ର ଚେର ତଳୁ ଉପର ଯାଏ ଲମ୍ବିଛି l ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହିତ ସ୍ୱତନ୍ତ୍ର ଅଡିଟ କଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ସଚେତନ ନାଗରିକ ଦାବୀ ଉଠାଇ ଛନ୍ତି l ଏବଂ ତାହା ସହିତ ସ୍ୱତନ୍ତ୍ର ଭିଜିଲାନ୍ସ ଦ୍ଵାରା ତଦନ୍ତ କଲେ ଭଦ୍ର ବାବୁ ମାନଙ୍କ ଅସଲ ଚେହେରା ପଦାକୁ ଆସିବ ବୋଲି ସାଧାରଣ ତଥା ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି.. I