ଓଡ଼ଗାଁ ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ନୂତନ ଭାବରେ ଯୋଗଦାନ କଲେ ବିଡ଼ିଓ ପ୍ରୀତିବାଳା ରଣା ।ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଦାୟିତ୍ୱରେ ଥିବା ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ନୂତନ ବିଡ଼ିଓଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ।ଏହି ଅବସରରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଅତିରିକ୍ତ ବିଡ଼ିଓ କବିତା କୁମାରୀ ପ୍ରଧାନ, କୁରାଳ ସରପଂଚ ବିଜନ ପାଇକରାୟଙ୍କ ସହିତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ନୂଆ ବିଡ଼ିଓଙ୍କୁ ସ୍ବାଗତ ଜଣାଇଥିଲେ।ସୂଚନା ଅନୁଯାୟୀ ଓଡ଼ଗାଁ ରେ କାର୍ଯ୍ୟରତ ଥିବା ବିଡ଼ିଓ ପଦୋନ୍ନତି ପାଇବାରୁ ତାଙ୍କର ଅନ୍ୟତ୍ର ବଦଳି ହୋଇଗଲା ।ପୂର୍ବରୁ ଗଣିଆ ବ୍ଲକରେ ତହସିଲଦାର ଭାବରେ ଦାୟିତ୍ୱ ତୁଲାଇଥିବା ପ୍ରୀତିବାଳା ରଣାଙ୍କ ସ୍ଥାନରେ ଅନ୍ୟ ଜଣେ ତହସିଲଦାର ଆସି ଦାୟିତ୍ଵ ଗ୍ରହଣ ପରେ ସେ ରାଜ୍ୟ ସରକାରଙ୍କ ଅଧିନକୁ ଯାଇଥିଲେ । ବର୍ତମାନ ତାଙ୍କୁ ଓଡ଼ଗାଁ ବ୍ଲକର ବିଡିଓ ଭାବରେ ଅବସ୍ଥାପିତ କରାଯାଇଛି ।

ad-week
Leave A Reply

Your email address will not be published.