ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଧନା…

youtube

 

ନୟାଗଡ଼,୨/୧୨,(ନିସର୍ତ୍ତ) ବୃତ୍ତିରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ମାନବିକତାର ଧର୍ମ ସେମାନଙ୍କ ପାଖରେ ବେଶ୍ ମହଜୁଦ ଥିଲା । ଏହା ସାଧାରଣ ଫୋଟୋଟିଏ ନୁହେଁ,ଏଇତ ନିଛକ ମଣିଷ ପଣିଆ ,ଏମାନେ ଗତ କାଲି ଚାକିରିରୁ ଅବସର ଗ୍ରହଣ କଲେ ଏବଂ ନୟାଗଡ଼ ପୌର କର୍ତୃପକ୍ଷ ତଥା ପୌରାଧକ୍ଷା ନିରୁପମା ଖଟେଇ, ଇ.ଓ ସ୍ନେହଲତା ଆଚାର୍ଯ୍ୟ ,ସମସ୍ତ ପୌର କାଉନସିଲର, ପୌର ଯନ୍ତ୍ରୀଗଣ, ପୌର କର୍ମଚାରୀ ମାନେ ଯେଉଁ ଭଳି ଭାବରେ ଏହି କର୍ମଚାରୀ ମାନଙ୍କୁ ଚାକିରିରୁ ଅବସର ନେବା ଅବସରରେ ସମ୍ବର୍ଧନା ଜଣାଇଲେ ଏହାକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି ଏବଂ ସମଗ୍ର ନୟାଗଡ଼ରେ ଚର୍ଚ୍ଚା ଚାଲିଛି । ଏହି କର୍ମଚାରୀ ମାନେ ନିଜର ଚାକିରୀ କାଳ ଭିତରେ ନିଜେ ଅପରିଷ୍କାର ପରିବେଶକୁ ଖାତିର ନକରି ନିଜ ଜୀବନକୁ ପ୍ରତି ମୁହୂର୍ତ୍ତରେ ବାଜି ଲଗେଇ ଆମ ନୟାଗଡିଆଙ୍କୁ ସଫା ସୁତୁରା ରଖି ଏକ ସ୍ୱାସ୍ଥ୍ୟବାନ ଜୀବନ ବିତେଇବାପାଇଁ ଅହରହ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରୁଥିଲେ । ନୟାଗଡ ନାରାୟଣ ପାର୍କର ମୁଖ୍ୟ ମାଳି ଜଳଧର ପ୍ରଧାନ ସମସ୍ତଙ୍କ ପ୍ରିୟ ବୁଲୁ ପ୍ରଧାନ , ଅଳିଆ ବୋହୁଥିବା ଟ୍ରାକ୍ଟର ଗାଡିର ଡ୍ରାଇଭର ଅତବୁର ରହମନ ଖାଁ , ଅଳିଆ ସଫା କରୁଥିବା ମେହେନ୍ତର ବାଲିଆ ଦଳେଇଙ୍କୁ ଏକ ସମ୍ଭ୍ରାନ୍ତ ,ଭାବ ବିହ୍ବଳ ଏବଂ ଲୋତକ ଭରା ପରିବେଶରେ ସେମାନଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେବା କାର୍ଯ୍ୟକ୍ରମ ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ସ୍ୱଳ୍ପ ଦରମା ଯୋଗୁଁ ସେମାନଙ୍କ ଚାକିରୀ ସିନା ଛୋଟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀରେ ଗଣା ହେଉଥିଲେ ବି ସେମାନଙ୍କର ସମାଜରେ ସେବାମୂଳକ କାର୍ଯ୍ୟ ସମାଜସେବାକୁ ମାନବିକତାର ଧର୍ମ ଭାବରେ ଗ୍ରହଣ କରିଥିଲେ ।
ପୌର ପ୍ରଶାସନର ଏହିପରି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମକୁ ନୟାଗଡ଼ ଜନସାଧାରଣ ଭୂରୀ ଭୁରୀ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.