ଖଣି ବିଭାଗର କାର୍ଯ୍ୟ ଶୈଳୀ ରେ ଅତିଷ୍ଟ ପୋଲିସ….!

youtube

ଧରପଗଡ଼ ବେଳେ କାଗଜ ପତ୍ର ସବୁ ଭୁଲ ସକାଳେ ଫି୍କ୍ସଙ୍ଗ ପରେ ସବୁ ଠିକ ଠାକ୍ କେମିତି ହେଉଛି….?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଣି ବିଭାଗୀୟ ବାବୁ ମାନଙ୍କ କାର୍ଯ୍ୟ ଶୈଳୀ ଉପରେ ଏବେ ପ୍ରଶ୍ନ ଉଠୁଛି। ଜିଲ୍ଲାର କୋଣ ଅନୁକୋଣ ରେ ଖୁଲାମ ଖୁଲା ଚୋରା ବାଲି ଚାଲାଣ ହେଉଛି। ପ୍ରତିବାଦ ଓ ଅଭିଯୋଗ ହେଲେ ଖଣି ବିଭାଗର ବାବୁ ମାନେ ଅଧିକାଂଶ କରି ରାତ୍ର ସମୟରେ ଗାଡ଼ି ଗୁଡିକୁ ଧରପଗଡ଼ କରି ପୋଲିସ ର ଜିମାରେ ଦେଉଛନ୍ତି। ଲେଖା ଛିଡି ଯିବା ପରେ ଗାଡ଼ି ଗୁଡିକର କାଗଜ ପତ୍ର ସବୁ ଠିକଠାକ ହୋଇଯାଉଥିବା ନେଇ ଚର୍ଚ୍ଚା ହେଉଛି। କିଛି ପୋଲିସ ବାବୁ ମାନେ ଜିମା ରେ ଦେଇଥିବା ଗାଡିକୁ ଜବତ ବୋଲି ଦର୍ଶାଇବା ବେଳେ ଉକ୍ତ ଗାଡିର କାଗଜ ପତ୍ର ସବୁ ଠିକ ହେଉଥିବା କହୁଛନ୍ତି। କିଛି ମନ୍ଦ ଉଦେଶ୍ୟ ଥିବା ଖଣି ବିଭାଗ ବାବୁ ମାନଙ୍କ କାର୍ଯ୍ୟ କଳାପ ଏଥିରୁ ସ୍ପଷ୍ଟ ବାରି ହେଉଥିବା ଆଲୋଚନା ହେଉଛି। ଲଘୁ ଖଣିଜ ଦ୍ରବ୍ୟର ହର୍ତ୍ତାକର୍ତ୍ତା ଏବେ ଖଣି ବିଭାଗ ହାତରେ ରହିଛି। କେବଳ ପୋଲିସ ବିଭାଗ ଏବେ ଜଳକା ସାଜୁଛି। ଖଣି ବିଭାଗ ବାବୁ ମାନଙ୍କ ହାତରେ କାକୁଡି ଛୁରୀ ବୋଲି ଲୋକେ କହୁଛନ୍ତି। ଜିଲ୍ଲାର ପାୱାର ଫୁଲ ମନ୍ତ୍ରୀଙ୍କ ହାତରେ ଦୁଇ ଦୁଇଟି ବିଭାଗ ଥାଇବି ନାଁ ଖଣି ନାଁ ପରିବହନ ବିଭାଗ ଧରପଗଡ଼ ରେ ସମ୍ପୂର୍ଣ୍ଣ ବାଲି ମାଫିଆ ମାନଙ୍କୁ ଛୁଟ ଦେଇଥିବା ଚର୍ଚ୍ଚା ହେଲାଣି। ଚୋରାରେ ହେଉକି ୱାଇ ଫର୍ମରେ ହେଉ ଓଭର ଲୋର୍ଡ ହୋଇ ଦିନ ରାତି ବାଲି ଚାଲାଣ ହେଉଛି। ଗତ କିଛି ଦିନ ହେଲା ବାଲି ଚାଲାଣ ଉପରେ କଡ୍ଡା କଡ୍ଡୀ ଭାବେ ଯାଞ୍ଜ ହେବ ବୋଲି ମନ୍ତ୍ରୀ କହିବା ପରେ ଖଣି ବିଭାଗ ବାବୁ ମାନଙ୍କ ଏବେ ପୁଷ ମାସ ପାଲଟି ଯାଇଥିବା ଚର୍ଚ୍ଚା ହେଉଛି। ଅନ୍ୟ ଦିଗକୁ ଦେଖିଲେ ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ଅଧିକାରୀ କୋମାରେ କାରଣ ଓଭର ଲୋର୍ଡ ଗାଡି କିମ୍ବା ଫିଟନେସ ଯାଞ୍ଚ ହେଉନାହିଁ ଆର ଟି ଓ ବାବୁ ଶୀତତାପ କୋଠରୀ ରେ ବସି ନିଜ ପାଉଣା ଗଣିବାରେ ବ୍ୟସ୍ତ l ସୂଚନା ଥାଉକି ଖଣିଜ ଚୋରା ଚାଲାଣ ଗାଡି ଗୁଡିକ ର କାଗଜ ପତ୍ର ଠିକ ନାହିଁ ବୋଲି ବି ଅଭିଯୋଗ ଆସୁଛି l ବାଲି ମାଫିଆ ହେଉଛନ୍ତି ଖଣି ଓ ପରିବହନ ବିଭାଗ ର କୁଆଡେ ଗେଲ୍ହା ପୁଅ ବୋଲି ଶୁଣିବାକୁ ମିଳୁଛି l ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.