ଯୁବକଙ୍କୁ ଦଳିଦେଲା ହାତୀ

youtube

ବାଶଂପାଳ: ହାତୀ ଆକ୍ରମଣରେ ଯୁବକ ମୃତ ।  ଧାନ ଫସଲ ସୁରକ୍ଷା ପାଇଁ ହାତୀ ହାବୁଡ଼ାରେ ଗଲା ଯୁବକଙ୍କ ପ୍ରାଣ ।  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ରୁଗୁଡିହି ଗ୍ରାମର ଘଟଣା ।  ମୃତକ ହେଲେ ଗ୍ରାମର ଚକ୍ରଧର ମହାରଣା ।  ବିଳମ୍ବିତ ରାତିରେ ୩୯ ଟିକିଆ ହାତୀପଲ ଗାଁର ବାଘମୁଣ୍ଡା ଧାନ କ୍ଷେତରେ ପଶିଥିଲେ ।

ଫସଲ ରକ୍ଷା ପାଇଁ ହାତୀ ବୁଲିପଡ଼ି ଚକ୍ରଧରକୁ ଶୁଣ୍ଢରେ ଧରି କଚାଡି ମାରି ଦେଇଛି ।  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।  ଖବରପାଇ ବନବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ପରେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି ।  ସେପଟେ ହାତୀ ମଣିଷ ଲଢେଇରେ ବନବିଭାଗର ଅବହେଳା ପାଇଁ ବାରମ୍ବାର ହାତୀ ଆକ୍ରମଣରେ ନୀରିହ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.