ସର୍ଗୀମୁଣ୍ଡା ଗାଁରେ ୧୫ ମେଣ୍ଢାକୁ ମାରି ଖାଇଲା କଲରାପତରିଆ ବାଘ

youtube

ନୂଆପଡା: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ସର୍ଗୀମୁଣ୍ଡା ଗାଁରେ କଲରାପତରିଆ ବାଘ ଆତଙ୍କ ।  ଗତ ରାତିରେ ସର୍ଗିମୁଣ୍ଡା ଗାଁର ବେଦବର ମାଝୀଙ୍କ ଗୁହାଳରେ କଲରାପତରିଆ ବାଘ ପଶି ୧୫ଟି ମେଣ୍ଢାକୁ ଟାଣି ନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଖବରପାଇ ଆଜି ସକାଳୁ ଖଡ଼ିଆଳ ବନବିଭାଗର ରେଞ୍ଜର ଜୟଦେବ ମାଝିଙ୍କ ସମେତ ବନବିଭାଗ ଏକ ଟିମ ଘଟଣାସ୍ଥଳରେ ପହଁଚି ୧୫ଟି ମେଣ୍ଢାର ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମୃତ ମେଣ୍ଢାଗୁଡ଼ିକର ପୋଷ୍ଟମର୍ଟମ କରାଯାଉଛି ।  ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାକ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି ।  ଏବେ ବାଘ ଭୟରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ବନବିଭାଗ ପକ୍ଷରୁ ପେଟ୍ରୋଲିଂ କରିବା ସହ ଲୋକଙ୍କୁ ସଚେତନ କରାଯାଉଥିବା ବନବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.