
ବାରଙ୍ଗ: ନନ୍ଦନକାନନରେ ଦୌଡ଼ିବ ଚିତା । ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ । ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ । ନନ୍ଦନକାନନକୁ ଚିତା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚିତା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ଖୁଆଡ଼ ନିର୍ମାଣ ଚାଲିଛି ।
ଆସନ୍ତା ବର୍ଷ ମେ ମାସ ସୁଦ୍ଧା ଖୁଆଡ ନିର୍ମାଣ କାର୍ଯ୍ୟ ଶେଷ ହେବ । ଖୁଆଡ ନିର୍ମାଣ ସରିବା ପରେ ନନ୍ଦନକାନନକୁ ଚିତା ଅଣାଯିବ । ଚିତା ବାଘଙ୍କ ଦୌଡ଼ିବା ଗତି ସର୍ବାଧବକ ୧୦୩ କିମି ପର୍ଯ୍ୟନ୍ତ ହୋଇଥାଏ । ଯାହା ଅନ୍ୟ ବାଘ ତୁଳନାରେ ସର୍ବାଧିକ ।