
ଭୁବନେଶ୍ବର: ଡିଭାଇଡରରେ ପିଟିହେଲା ବାଇକ । ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର । ଭୁବନେଶ୍ବର ଶ୍ରୀଦେବୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ପ୍ରୀତିରଞ୍ଜନ ଜେନା ଓ ଶୁଭମ ନାୟକ । ଉଭୟଙ୍କ ଘର ବଡଗଡ ଥାନା ପାଣିଟାଙ୍କି ବସ୍ତି ଅଞ୍ଚଳର ।
ଗତକାଲି ବିଳମ୍ବିତ ରାତି ୨ରୁ ୩ଟା ଭିତରେ ଦୁର୍ଘଟଣା ଘଟିଛି। ଜଣେ ସାଙ୍ଗ ୭ଦିନ ହେବ ଏକ ନୂଆ ବାଇକ୍ କିଣିଥିଲା । ସେହି ବାଇକରେ ୩ ଜଣ ଗଲା ବେଳେ ଦୁର୍ଘଟଣା ଘଟିଛି। ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ । ସେପଟେ ଭରତପୁର ଥାନା ଆଇଗିଣିଆ ଛକରେ ମଧ୍ୟ ବାଇକ ଦୁର୍ଘଟଣା। ଡିଭାଇଡରରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆଲୋକ କୁମାର ନାୟକ।