
କଟକ : ବାରବାଟିରେ BCCI ର ଚିଫ ପିଚ୍ କ୍ୟୁରେଟର୍ ଆଶିଷ ଭୌମିକ । ପିଚ୍ ଅନୁଧ୍ୟାନ କରିବା ସହିତ ପଡ଼ିଆ ବୁଲି ଦେଖିଛନ୍ତି। ରେଡ ସଏଲ୍ ନା ବ୍ଲାକ ସଏଲ୍ ପିଚ୍ ରେ ହେବ ସେନେଇ ଅନୁଧ୍ୟାନ କରିଛନ୍ତି। ଏପଟେ ଭାରତ-ଦକ୍ଷିଣ ଆଫ୍ରିକା ଟିଟ୍ବେଣ୍ଟି ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର । ବାରବାଟୀ ଷ୍ଟାଡିୟମରେ ଚତୁର୍ଥ ଥର ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ୯ ତାରିଖରେ ଟି-ଟ୍ବେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚକୁ ନେଇ ଉତ୍ସାହିତ ଓସିଏ। ଆଜି ଚିଫ ପିଚ୍ କ୍ୟୁରେଟରଙ୍କ ଅନୁଧ୍ୟାନ ପରେ ସ୍ପଷ୍ଟ ହେବ କେଉଁ ପିଚ୍ ରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଲଢେଇ ।