
ଭୁବନେଶ୍ୱର : ଆନ୍ଦୋଳନକୁ ଓହ୍ଲାଇବେ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ I ରାଜଧାନୀରେ ଅହୋରାତ୍ର ଧାରଣାରେ ବସିବାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଶିକ୍ଷକ । ସାରା ରାଜ୍ୟରେ ୨୫୫୭ଟି ହାଇସ୍କୁଲରେ ପାଖାପାଖି ୨୫ ହଜାର ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।
ଆଗାମୀ ୧୮ ତାରିଖ ଦିନ ଅନ୍ଦୋଳନକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ସଂଘ ନେତା I ଦୀର୍ଘଦିନ ଧରି ସେମାନେ ସାରା ରାଜ୍ୟର ବିଭିନ୍ନ ସ୍କୁଲ ମାନଙ୍କରେ କାର୍ଯ୍ୟରତ ଥିବା ବେଳେ ନିର୍ଯ୍ୟାତିତ ହୋଇ ଆସୁଛନ୍ତି । ହେଲେ ସେମାନଙ୍କ ମୌଳିକ ଦାବିକୁ ବି ସରକାର କର୍ଣ୍ଣପାତ କରୁନାହାନ୍ତି I ଯେଉଥିପାଇଁ ଏଭଳି ଚରମ ନିଷ୍ପତ୍ତି ନେବାକୁ ସେମାନେ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି I
ସାରା ରାଜ୍ୟରେ ବିଦ୍ୟାଳୟ ମାନଙ୍କରେ ହଜାର ହଜାର ଅବସର ପ୍ରାପ୍ତ ଶିକ୍ଷକ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି I ୩୦ ବର୍ଷ ନୀରବ ସେବା ଯୋଗାଇ ଅବସର ନେବା ପରେ ବି, ମିଳୁନାହିଁ ସେମାନଙ୍କୁ ପେନସନ୍ । ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ ବୋଲି ଦେଇଛନ୍ତି ଚେତାବନୀ I