ରାୟଗଡ଼ା ଜିଲ୍ଲା କାଶୀପୁରସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ମହା ଆଡ଼ମ୍ବରରେ ଶୁଭାରମ୍ଭ ହେଲା ଚଇତି-୨୦୨୫

youtube

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ଆଜି ୨ ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ୯ ଘଟିକା ସମୟରେ ରାୟଗଡ଼ା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି – ୨୦୨୫ କୁ ରାୟଗଡ଼ା ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଭା.ପ୍ର.ସେ. ଅଧ୍ୟକ୍ଷତାରେ ମହା ଆଡ଼ମ୍ବରରେ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବୈଦ୍ୟନାଥ ସାଗର ( ହାଟ ପଦା)ରେ ଉପଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ,କାଶିପୁର ବ୍ଲକ ଅଧ୍ୟକ୍ଷ ଉପସ୍ଥିତିରେ ପୂଜା କରାଯାଇ ଗଙ୍ଗା ଆବାହନ ଓ କଳସ ପୂଜା ସକାଶେ ପବିତ୍ର ଜଳ ସଂଗ୍ରହ କରି କଳସ ଯାତ୍ରା ଆରମ୍ଭ ହୋଇ ମାଁ ମାଣିକେଶ୍ଵରୀ ମନ୍ଦିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ମନ୍ଦିର ଠାରୁ ମଶାଲ ଯାତ୍ରାରେ ବାହାରି ସହର ପରିକ୍ରମା ହୋଇଥିଲା। ଏହା ପରେ ବ୍ଲକ ପଡ଼ିଆ ଚଇତି ମଣ୍ଡପ ଠାରେ ମୁଖ୍ୟ ଅତିଥି ଓ ଅତିଥିଙ୍କ ଦ୍ଵାରା କଳସ ସ୍ଥାପନା ଓ ପ୍ରଦର୍ଶନ ଷ୍ଟଲ ଗୁଡ଼ିକର ଉଦ୍ଘାଟନ କରାଯାଇଥିଲା।


ବ୍ଲକ ପଡ଼ିଆ ଚଇତି ମଣ୍ଡପ ଠାରେ ପହଞ୍ଚି କାଶିପୁର ବ୍ଲକ ସ୍ତରୀୟ ଚଇତି ୨୦୨୫ ପ୍ରାରମ୍ଭିକ କାର୍ଯ୍ୟକ୍ରମଟିକୁ ସମସ୍ତ ଅତିଥିଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ କରି ଆରମ୍ଭ କରାଯାଇଥିଲା। ପରେ ମଞ୍ଚାସିନ ଅତିଥିଗଣଙ୍କ ଦ୍ଵାରା ଚଇତି ୨୦୨୫ର ପୋଷ୍ଟର ଉନ୍ମଚନ କରାଯାଇଥିଲା। ତାପରେ ପରେ ଉପଜିଲ୍ଲାପାଳ ରାୟଗଡ଼ା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l
ଏହି ପବିତ୍ର ଦିବସର ଅବସରରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକସ୍ତରୀୟ ଚଇତି ଓ ଉନ୍ନୟନ ପ୍ରଦର୍ଶନୀ ଶୁଭାରମ୍ଭ କରାଯାଇଥିଲା। ଜିଲ୍ଲାସ୍ତରୀୟ ଚଇତି – ୨୦୨୫ ଚଳିତ ମାସ ତା. ୨୬-୧୨-୨୦୨୫ ଠାରୁ ୩୦-୧୨-୨୦୨୫ ପର୍ଯ୍ୟନ୍ତ ରାୟଗଡ଼ା ଜି.ସି.ଡ଼ି ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ କାଶୀପୁର ବ୍ଲକସ୍ତରୀୟ ଚଇତି – ୨୦୨୫ ର ଶୁଭାରମ୍ଭ କାଶୀପୁର ପଞ୍ଚୟତ ଠାରୁ କରାଯାଇଛି। ବ୍ଲକସ୍ତରୀୟ ଚଇତି – ୨୦୨୫ ନିମନ୍ତେ ଧାର୍ଯ୍ୟ ତାରିଖ ସ୍ତିର ହୋଇଯାଇଛି । ଜିଲ୍ଲାରେ ବ୍ଲକସ୍ତରୀୟ ଚଇତି – ୨୦୨୫ ପ୍ରଥମେ କାଶିପୂର୍ ବ୍ଲକ ୨ ତାରିଖ,ରାମାନଗୁଡ଼ା ୭ ତାରିଖ, କଲ୍ୟାଣସିଂହପୁର ୯ ତାରିଖ, କୋଲନରରା ୧୧ ତାରିଖ, ରାୟାଗଡା ୧୨ ତାରିଖ, ଗୁଡ଼ାରୀ ୧୨ ତାରିଖ, ମୁନିଗୁଡ଼ା ୧୩ ତାରିଖ ,ଚନ୍ଦ୍ରପୁର ୧୩ ତାରିଖ , ପଦ୍ମପୁର ୧୪ ତାରିଖ , ବିଷମକଟକ ୧୪ ତାରିଖ, ଗୁଣପୁର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିର ଏହି ଚଇତି ୨୦୨୫ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଚଇତି ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଲାପାଳ, ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ କାଡ୍ରାକl ଆପଲସ୍ୱାମୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ,ଏଡିଏମ ରାଜସ୍ବ,ଶ୍ରୀ ନିହାର ରଞ୍ଜନ କହଁର, ,ସିଡିଈଓ ତଥା ଇଓ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, , ରାୟଗଡ଼ା ଉପ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ରାୟଗଡ଼ା ଓ କାଶିପୁର ବିଡ଼ିଓ,ଶ୍ରୀ ସୁଜିତ ମିଶ୍ର,କାଶିପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କଣ୍ଠ ମାଝୀ, ରାମନାଗୁଡା ବ୍ଳକ ଅଧ୍ୟକ୍ଷ ଶ୍ରୀ ରବି ଗମାଙ୍ଗଙ୍କ ସହ ସମସ୍ତ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସରପଞ୍ଚ,ସମିତି ସଦସ୍ୟ, ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ କର୍ମଚାରୀ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ। ବ୍ଲକ ସ୍ତରୀୟ ଉତ୍ସବ ପରେ ଉପଖଣ୍ଡ ସ୍ତରୀୟ ଲୋକାଉତ୍ସବ ଇଡ଼ିତାଲ ଚଇତି -୨୦୨୫ ଅନୁଷ୍ଠିତ ହେବ l ଏଥି ନିମନ୍ତେ ଉପଜିଲ୍ଲାପାଳ ଗୁଣପୁରଙ୍କ ନେତୃତ୍ୱରେ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲାସଂସ୍କୃତି ପରିଷଦର ଅଧ୍ୟକ୍ଷ ଜଣାଇଛନ୍ତି। ଶେଷରେ ବିଡ଼ିଓ କାଶୀପୁର ଶ୍ରୀ ସୁଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.