ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ର ଅବହେଳା ଯୋଗୁଁ ପିଲାଙ୍କ ଜୀବନ ସହ ଖେଳ ଚାଲିଛି…….!

ନାଁ ଅଛି ଫିଟନେସ ନାଁ ଅଛି ଇନ୍ସୁରାନ୍ସ ମାଳ ମାଳ ସ୍କୁଲ ବସ୍ ସହର ରେ ଚାଲିଛି……!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ପିଲାଙ୍କ ଜୀବନକୁ ବାଜି ଲଗାଇ ବିଭିନ୍ନ ସ୍କୁଲ କଲେଜ କୁ ଯାନବାହାନ ଯାତାୟାତ ହେଉଛି। ଜିଲ୍ଲାର ପରିବହନ କାର୍ଯ୍ୟାଳୟ ବର୍ତ୍ତମାନ କୋମାରେ ରହିଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ସ୍କୁଲ କଲେଜ ବସ ବିନା ଫିଟନେସ, ବିନା ଇନ୍ସୁରାନ୍ସ ରେ ଦଦରା ଗାଡ଼ିରେ ପିଲା ମାନଙ୍କୁ ସ୍କୁଲ କୁ ବୁହାଁ ଚାଲିଛି। ଗଣମାଧ୍ୟମ ରେ ରୀତିମତ ଖବର ପ୍ରକାଶ ହେଲେବି ପରିବହନ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ। ବ୍ରହ୍ମପୁର ଅଟୋନଗର ଓ ଅଗସ୍ତି ନୂଆଁ ଗାଁ ରେ ମୁଠା ମୁଠା ଟଙ୍କା ନେଇ ଫିଟନେସ ଦିଯାଉଥିବା ଚର୍ଚ୍ଚା ହେଉଛି। ଅନଲାଇନ ରେ ସବୁ ଠିକ ଠାକ ଥିଲେବି ବିଭିନ୍ନ ଆଳ ଦେଖାଇ ଦଲାଲ ମାନଙ୍କ ସହାୟତା ରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଜିଲ୍ଲାରେ ମନ୍ତ୍ରୀ ଥାଇବି ଏଭଳି ବେଆଇନ ସ୍କୁଲ ବସ ମାଳ ମାଳ ଚାଲିଥିବା ଆଲୋଚନା ହେଉଛି। କୌଣସି ସ୍କୁଲ କିମ୍ବା କଲେଜ ବସ କୁ ଆର ଟି ଓ ଙ୍କ ଦ୍ଵାରା ଯାଞ୍ଚ କରାଯାଉ ନାହିଁ ବୋଲି ଅଭିଭାବକ ମାନେ ଅଭିଯୋଗ ବାଢିଲେଣି, ସ୍କୁଲ କତୃପକ୍ଷ ଙ୍କୁ ଅଭିଯୋଗ କରିବାକୁ ସାହସ କରୁନାହାନ୍ତି ଅଭିଭାବକ କାରଣ ଏହାର ପ୍ରଭାବ ପିଲାଙ୍କ ଉପରେ ପଡୁଛି ତେଣୁ ନୀରବ ରହୁଛନ୍ତି l ସ୍କୁଲ ରୁ ନିଜ ଛୁଆ ଫେରିବା ବାଟକୁ ଚାହିଁ ରହୁଛନ୍ତି ଅଭିଭାବକ l ଜିଲ୍ଲା ଆର. ଟି. ଓ ମହୋଦୟ ନେଇ ଆଣି ଥୋଇ ଜାଣିବା ବ୍ୟବସ୍ଥା ରେ ଲିପ୍ତ l କାରଣ ଜିଲ୍ଲାରେ ଅଛନ୍ତି ପରିବହନ ବିଭାଗୀୟ ମନ୍ତ୍ରୀ ତେଣୁ ସେ କୁଆଡେ ମନ୍ତ୍ରୀଙ୍କ ଏଜେଣ୍ଟ ସାଜି ଛନ୍ତି ବୋଲି ଏବେ ସାଧାରଣ ରେ ଚର୍ଚ୍ଚା l କେବଳ ସ୍କୁଲ ବସ ନୁହଁ ଘରୋଇ ବସ ଗୁଡିକର ବି ଏକା ଅବସ୍ଥା ଭଗବାନ ଙ୍କ ଭରଷା ରେ ଯାତ୍ରୀ l ତେଣୁ ରାଜ୍ୟ ପରିବହନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.