ଏକାମ୍ର ପ୍ରତିଭା ସମ୍ମାନ ସମାରୋହରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଟ ସାମ୍ୱାଦିକ ସୁଦୀପ ସାହୁ…

youtube

ବ୍ରହ୍ମପୁର ୩/୧୨ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ର ବରିଷ୍ସ ସାମ୍ବାଦିକ ଗାୟକ,ସମାଜସେବୀ ତଥା ଆଇନଜୀବି ସୁଦୀପ କୁମାର ସାହୁ ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସୁବାସ ଚନ୍ଦ୍ର ବୋଷ ରକ୍ତବୀର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ପୀତବାସ ମିଶ୍ର, ଡ ମୀନକେତନ ଦାଶ, ଲୋକନାଥ ମିଶ୍ର, କାନନ ବାଳା ନାୟକ, କୁଞ୍ଜବିହାରୀ ରାଉତ, , ସନ୍ଧ୍ୟାରାଣି ପ୍ରଧାନ ଓ ରାଜ୍ୟ ମୁଖ୍ୟ ଶଶଧର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସ୍ବର୍ଗତ ହ୍ୟୁମାନ ସାଗର , ଶଙ୍କର ପରିଡା, ପଣ୍ତିତ ନୀଳକଣ୍ଠ ରାଉତଙ୍କ ବିୟୋଗ ରେ ସ୍ମୁତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସାମ୍ବାଦିକ ସୁଦୀପ ହ୍ୟୁମାନ ଙ୍କ ଏକ ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ସାମ୍ୱାଦିକ ସୁଦୀପ ଙ୍କୁ ଏହା ପୂର୍ବରୁ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ, ହାଇଦ୍ରାବାଦ, କଲିକତା, କଟକ,ପୁରୀ, ଭୁବନେଶ୍ଵର, ପାରାଦୀପ ସମେତ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ରୁ ପ୍ରାୟ ୭୦୦ରୁ ଉର୍ଦ୍ଧ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ପୁଣି ଥରେ ଜାତୀୟ ସ୍ତରରେ ସେ ସମ୍ମାନିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସୁଦୀପ ଅବସରପ୍ରାପ୍ତ ଭୂତତ୍ବ ବିଭାଗ ପ୍ରଫେସର ଡ ମାୟାଧର ସାହୁ ଓ ପ୍ରେମଲତା ସାହୁ ଙ୍କ କନିଷ୍ଟ ପୁତ୍ର ଅଟନ୍ତି ।ଏହି ସମାରୋହରେ ବ୍ରହ୍ମପୁର ର ବରିଷ୍ଠ ଡ଼ାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ସ୍ଵସ୍ତିକ ଟିଭି ର ମୁଖ୍ୟ ପରିଚାଳିକା ଅନୁଜାନନ୍ଦ ବିଶ୍ଵାଳଙ୍କୁ ଡ .ଅବଦୁଲ କଲାମ ପ୍ରୋଫେସନ୍ୟାଲ ଆଚିଭର୍ସ ସମ୍ମାନ,କିନ୍ନର ସ୍ବିଟି ସାହୁ ଙ୍କୁ ବିବେକାନନ୍ଦ ସ୍ମୃତି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଦେଶ ବିଦେଶ ର ବହୁ ପ୍ରତିଭାଧାରୀ ମାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଦୀର୍ଘ ୧୩ବର୍ଷ ଧରି ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ ସମାଜସେବା, ସଂସ୍କୃତି, ମାନବତା, ଓ ଏକତାର ମନୋଭାବକୁ ନିରନ୍ତର ଭାବେ ଆଗେଇ ନେଉଥିବା ଏଠାରେ କହିଥିଲେ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା । ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ । ରାଜ୍ୟ ପ୍ରତିନିଧି ପଦ୍ମ ଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.