ଆସିକା ରେ କିଶୋରୀ ବାଳିକା ଅଣ୍ଡା ପାଇବାରୁ ବଞ୍ଚିତ…..!

youtube


ଦୀର୍ଘ ୯ ମାସ ହେଲା ଅଙ୍ଗନବାଡି କେନ୍ଦ୍ର ଦିଦି ମାନଙ୍କ ନିକଟକୁ ଟଙ୍କା ଆସିନାହିଁ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ ଚଳିତ ମାସ ରେ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ପାଇବାରୁ ହିତାଧିକାରୀ ବଞ୍ଚିତ ହେଲେ। ଆସିକା ଅଞ୍ଚଳ ର ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଚଳିତ ମାସ ଅଣ୍ଡା ପ୍ରଦାନ ବନ୍ଦ ହେବ ବୋଲି ବହୁ ଅଙ୍ଗନବାଡି ଦିଦି ମାନେ ଆସିକା ସିଡିପିଓ ଙ୍କୁ ଏକ ଦସ୍ତଖତ ସମ୍ଭଳିତ ପତ୍ର ଦେଇଥିବା ଜଣାପଡିଛି। ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମା, ପ୍ରସୂତି ମା, ୭ ମାସରୁ ୩ ବର୍ଷର ଶିଶୁ ଓ କିଶୋରୀ ବାଳିକା ମାନଙ୍କୁ ଅଣ୍ଡା ବଣ୍ଟନ କରାଯାଉଛି। ପ୍ରାୟ ୯ ମାସ ହେଲା ସରକାର ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଅଣ୍ଡା ବାବଦକୁ ଟଙ୍କା ଦେବାରେ ବିଫଳ ହୋଇଥିବା ଯୋଗୁଁ ଅଙ୍ଗନବାଡି କେନ୍ଦ୍ରର ଦିଦି ମାନେ ନିଜ ଖର୍ଚ୍ଚରୁ ଅଣ୍ଡା ବଣ୍ଟନ କରି ଆସୁଥିଲେ। ବର୍ତ୍ତମାନ ପରିସ୍ଥିତିରେ ଦୀର୍ଘ ୯ ମାସ ହେଲା ଅଣ୍ଡା ଅର୍ଥ ନଆସିବା ଫଳରେ ଚଳିତ ମାସ ଅଣ୍ଡା ବଣ୍ଟନ ବନ୍ଦ ରହିଛି। ଡବଲ ଇଞ୍ଜିନ ସରକାର ଆସିବା ପର ଠାରୁ ଅଙ୍ଗନବାଡି କେନ୍ଦ୍ରରେ ହିତାଧିକାରୀ ମାନଙ୍କ ପାଇଁ ଆସୁଥିବା ଅଣ୍ଡା ର ପ୍ରାପ୍ୟ ଠିକ ଭାବେ ଆସୁନାହିଁ। ପୃଷ୍ଟିକର ଖାଦ୍ୟ ସକାଶେ ଅଙ୍ଗନବାଡି କେନ୍ଦ୍ରରେ ଏହି ସବୁ ହିତାଧିକାରୀ ମାନଙ୍କୁ ସରକାର ଙ୍କ ପକ୍ଷରୁ ଅଣ୍ଡା ଯୋଗାଇହୋଇ ଆସୁଛି। ଦୀର୍ଘ ୯ ମାସ ହେଲା ଅଣ୍ଡା ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଙ୍ଗନବାଡି ଦିଦି ମାନେ ବାଧ୍ୟ ହୋଇ ଅଣ୍ଡା ବଣ୍ଟନ ଦାୟିତ୍ୱରୁ ଓହରି ଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ପକ୍ଷରୁ ଅର୍ଥ ଯୋଗାଇବାରେ ବିଳମ୍ବ ଯୋଗୁଁ ଆଜି ଅଙ୍ଗନବାଡି କେନ୍ଦ୍ରରୁ ଅଣ୍ଡା ପାଇବାରୁ ହିତାଧିକାରୀ ମାନେ ବଞ୍ଚିତ ହୋଇଛନ୍ତି।

Leave A Reply

Your email address will not be published.