ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ ଧମକ ଦେଇ ଅଡୁଆରେ ପ୍ରଦୀପ ମାଝୀ: ଥାନାରେ ଏତଲା

youtube

ନବରଙ୍ଗପୁର: ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ।

ଗତ ମାସ ୨୦ ତାରିଖରେ ପ୍ରେସର କୁକୁର ଫାଟି କୋଷାଗୁମୁଡା ବ୍ଲକ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ୱର ଭତ୍ରା ଆହତ ହୋଇଥିଲା । ୨୮ ତାରିଖ ରାତିରେ ସ୍କୁଲ ପାଚେରୀ ଡେଇଁ ଆହତ ଛାତ୍ରକୁ ରାତି ଅଧରେ ହଷ୍ଟେଲ ପରିସରରୁ ଆଣି ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ରଙ୍କୁ ଫାଇରିଂ କରିଦେବି ବୋଲି କହିବା ଘଟଣାରେ ଥାନାରେ ଏତଲା ହୋଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର ନବରଙ୍ଗପୁର ଥାନାରେ ଏହି ଏତଲା ଦେଇଛନ୍ତି।

ଏହି ଘଟଣାର ୩ ଦିନ ପରେ ନବରଙ୍ଗପୁର ଥାନାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । BNS ୧୨୬ (୨), ୨୨୧, ୩୫୧ (୩) ଦଫାରେ ମାମଲା ରୁଜୁ ହୋଇଛି ।

ସରକାରୀ କାର୍ଯ୍ୟରେ ଥିବାବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ଏଭଳି ଧମକ ଦେବା ମହଙ୍ଗା ପଡ଼ିଛି ।

Leave A Reply

Your email address will not be published.