୫ରେ ଅଫଲାଇନ ଟିକେଟ ବିକ୍ରି, ସୁରକ୍ଷା ଦୃଷ୍ଟିରୁ ୪ତାରିଖରୁ ବାରବାଟୀରେ ହେବ ପୋଲିସ ଫୋର୍ସ ମୁତୟନ

youtube

କଟକ : କଟକ ବାରବାଟୀରେ ନାଲିମାଟି ପିଚରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ । ୯ ତାରିଖରେ ମହାମୁକାବିଲା ପାଇଁ ବାରବାଟୀ ଷ୍ଟାଡିୟମରେ ଚାଲିଛି ଶେଷ ପ୍ରସ୍ତୁତି । ହାଇଭୋଲଟେଜ ମ୍ୟାଚରେ ହେବ ଚଉକା, ଛକା ବର୍ଷା ।

ଅନଲାଇନ୍ ପ୍ରକ୍ରିୟା ସରିଲା, ଏବେ ଆରମ୍ଭ ହେବ ଅଫଲାଇନ୍ ମୋଡରେ ଟିକେଟ ବିକ୍ରି ହେବ । ଆସନ୍ତା ୫ ତାରିଖରେ କାଉଣ୍ଟରରେ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଥିବା ବେଳେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଅନୁବନ୍ଧିତ ସଂଘ ଗୁଡ଼ିକୁ ଦିଆଯିବ ଟିକେଟ । ଓସିଏ ସହିତ ଅନୁବନ୍ଧିତ ସଂସ୍ଥାଗୁଡିକୁ ୧୦ ହଜାର ଟିକେଟ ବିକ୍ରି କରାଯିବ । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନୁବନ୍ଧିତ ସଂଘ ଗୁଡ଼ିକ ଓସିଏ ଆସି ନିଜ ନିଜ ଭାଗର ଟିକେଟ ସଂଗ୍ରହ କରିବେ ।

ଆସନ୍ତା ପାଞ୍ଚ ତାରିଖ ଦିନ ପୂର୍ବାହ୍ନ ୧୦ ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ। କ୍ରୀଡ଼ାପ୍ରେମୀଙ୍କ ପ୍ରବଳ ଭିଡ଼କୁ ଚାରି ତାରିଖ ସନ୍ଧ୍ୟାରୁ କମିଶନରେଟ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯିବ । ମ୍ୟାଚ ପାଇଁ ପିଚ, ଆଉଟ ଫିଲଡ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଥିବା ବେଳେ ହାଇ ସ୍କୋରିଂ ମ୍ୟାଚ ଅପେକ୍ଷାରେ ବାରବାଟୀ ।

Leave A Reply

Your email address will not be published.