ଧନ୍ୟ ହେଲେ ଯୁଆଡ଼ି : ମୋହନ ସରକାର ରେ ଜୁଆ ଖେଳିଲେ ଆଉ ଗିରଫ ଭୟ ନାହିଁ….!

add-all

ଏହା ସରକାରଙ୍କ ତୋଗଲକି ନିୟମ ନୁହଁତ…??


ବ୍ରହ୍ମପୁର:ଡବଲ ଇଞ୍ଜିନ ସରକାର ଏକ ନୂତନ ବିଲ ଆଣିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ଜୁଆ ଖେଳିବା ସମୟ ରେ ଧରାପଡିବା ପରେ ପୋଲିସ ଗିରଫ ବି କରୁଥିଲା। ବର୍ତ୍ତମାନ ନୂଆ ନିୟମ ରେ ଏବେ ଜୁଆଡ଼ି ମହଲ ରେ ଖୁସିର ମାହୋଲ ଦେଖା ଦେଇଛି। ନୂଆ ଆଇନ ଅନୁଯାଇ ଜୁଆ ଖେଳ ଖେଳୁ ଥିବା ସମୟରେ ଜୁଆଡ଼ି ମାନେ ଧରା ପଡିଲେ କୁଆଡ଼େ ଗିରଫ କରାନଯାଇ କେବଳ ଜରିମାନା ଆଦାୟ କରାଯିବ ବୋଲି ଖସଡ଼ା ପ୍ରସ୍ତୁତ କରି ନୂଆ ଆଇନ ହେବାକୁ ଯାଉଛି।ଜୁଆ ଆଡ୍ଡା ଗୁଡାକରେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ ହେଉଛି। ଗିରଫ ଭୟରେ ଜୁଆ ଖେଳିବା ପାଇଁ ଜୁଆଡ଼ି ମାନେ ଟିକେ ଚିନ୍ତା କରି ପୋଲିସ ସହ ସେଟିଙ୍ଗ ଥାଇ ଜୁଆ ଖେଳୁ ଥିବାର ନଜିର ରହିଛି। ବର୍ତ୍ତମାନ ନୂଆ ଆଇନ ହେଲେ ଗିରଫ ଭୟ ନାହିଁ। କେବଳ ଜରିମାନା ଆଦାୟ ହେବାର ନିୟମ ହେଲେ ଜୁଆ ଖେଳ ଖୁଲାମ ଖୁଲା ହେବାର ସମ୍ଭାବନା ଅଧିକ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି।ଗିରଫ ଭୟ ନଥାଇ ଜୁଆ ଖେଳ ହେବ ଆଇନ ଶୃଙ୍ଖଳା ଶତ ପ୍ରତିଶତ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲ ରୁ ମତ ପ୍ରକାଶ ପାଉଛି। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଗିରଫ ସିନା ହେବେ ନାହିଁ ତେବେ ଯୁଆଡ଼ି ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ତେବେ ଏହା କିଏ କରିବ..? ଏବଂ ଏହାର କେତେ ପରିଣାମ ହେବ ତାହା ନିର୍ଦ୍ଧାରିତ ହୋଇନି l ବୁଦ୍ଧିଜୀବୀ କହିବା ମୁତାବକ ଯଦି ଏହା ପୋଲିସ କରେ ତେବେ ଦୁର୍ନୀତି ଚରମ ସୀମାରେ ପହଞ୍ଚିବ l କାରଣ ଜୋରିମାନା ଆଦାୟ ରେ ପାତର ଅନ୍ତର ରହିବା ସହିତ ପୋଲିସ ଜୋରିମାନା ଆଦାୟ ରେ ନିଜ ପକେଟ ଗରମ କରିବାକୁ ମୋହନ ସରକାର ବାଟ ଫିଟାଇ ଦେଲେ ବୋଲି ସାଧାରଣ ରେ ଚର୍ଚ୍ଚା l ବର୍ତ୍ତମାନ ମଦ ଉପରୁ ମଧ୍ୟ କଟକଣା କେବେ ସରକାର ଉଠାଇବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ସଟା ଖେଳ ହେଉ କିମ୍ବା ଆଇ ପି ଏଲ ଵ୍ୟlଟିଙ୍ଗ ହେଉ ହେଉ ବର୍ତ୍ତମାନ ପୋଲିସ ପ୍ରତି ଆଉ ଯୁଆଡ଼ି ମାନଙ୍କ ଭୟ ରହିବ ନାହିଁ ତେଣୁ ଏହାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ନିଶ୍ଚିତ ଭାବରେ ବଢିବ ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ରେ ଆଲୋଚନା ହେଉଛି l

ad-week
Leave A Reply

Your email address will not be published.