
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ପଥର ମାଫିଆ ମାନେ ଯେଉଁଠି ଚାହିଁବେ ସେଠାରେ ପଥର ଲୁଟ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଅଧିକାଂଶ ପାହାଡ଼ ଏବେ ପଥର ମାଫିଆ ମାନଙ୍କ ଯୋଗୁଁ ଲଣ୍ଡା ହୋଇଗଲାଣି। ଯେଉଁ ଯେଉଁ ସ୍ଥାନରେ କ୍ରସର ୟୁନିଟ ଅଛି ସେ ନିକଟରେ ଥିବା ପାହାଡ଼ ରୁ ବେଆଇନ ଭାବେ ପଥର ମାଫିଆ ମାନେ ପାହାଡ଼ ଫୁଟାଇ ପଥର ଲୁଟ କରି କ୍ରସର ମାନଙ୍କୁ ଯୋଗାଉଥିବା ର ନଜିର ରହିଛି। ଖଣି ବିଭାଗ କାଁ ଭାଁ କିଛି ପାହାଡ଼ ଦୀର୍ଘ ବର୍ଷ ପାଇଁ ସ୍ୱଳ୍ପ ମୂଲ୍ୟରେ ଲିଜ ଦେଇଛନ୍ତି। ଏହାର ସୁଯୋଗ ନେଇ ପଥର ମାଫିଆ ମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ପାହାଡ଼ ଫୁଟାଇ ପଥର ଲୁଟୁଛନ୍ତି। ଖଣି ବିଭାଗ ବାବୁ ମାନେ ବଟି ନେଇ ଏଭଳି ବେଆଇନ ପଥର ଲୁଟ କୁ ଛୁଟ ଦେଇଥିବା ଚର୍ଚ୍ଚା ହେଉଛି। ପାହାଡ଼ ଫୁଟାଇବା ଦ୍ୱାରା ନିକଟରେ ଥିବା ଜନଵସତି ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହେଉଥିବାର ଅଭିଯୋଗ ହୋଇ ଆସୁଛି। ଦିନ ହେଉକି ରାତି ହେଉ ପଥର ଅବାଧ ରେ ଫୁଟାଇଲେ ମାଫିଆ ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି ଏଭଳି ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ଆଲୋଚନା ହେଉଛି। ସୂଚନା ଥାଉକି ଜିଲ୍ଲା ରେ ଛତୁ ଫୁଟିବା ଭଳି କ୍ରସର ୟୁନିଟ ଖୋଲା ଚାଲିଛି ଯାହାକି ସରକାରୀ ନିୟମ କୁ ଖୋଲାମ ଖୋଲା ଉଲଘଂନ କରାଯାଉଛି ଆଗରୁ ପୋଲିସ ଏହୁବି ତହସିଲ ଚଢ଼ାଉ କରୁଥିଲେ କିନ୍ତୁ ବର୍ତ୍ତମାନ ଖଣି ବିଭାଗ ହସ୍ତାନ୍ତର ହେବା ଦିନ ଠାରୁ ପଥର ମାଫିଆ ମାନେ ଆଉ କାହାରିକୁ ଭୟ କରୁନାହାନ୍ତି l ସୂଚନା ଥାଉକି ଜିଲ୍ଲାର ଅନେକ କ୍ରସର ରେ ବିଭିନ୍ନ ପ୍ରକାର ବିସ୍ଫୋରକ ସାମଗ୍ରୀ ରଖା ଯାଉଛି ଯାହାକି ଅତି ବିପଦ କିନ୍ତୁ ମାଫିଆ ମାନେ ଆଉ ପୋଲିସ କିମ୍ବା ତହସିଲଦାର ଙ୍କୁ ଭୟ ନାହିଁ ଖଣି ବିଭାଗ ର ଏହି ମାଫିଆ ମାନଙ୍କ ଗେଲ୍ହା ପୁଅ l ଜିଲ୍ଲା ରେ କେତୋଟି କ୍ରସର ୟୁନିଟ ଅଛି ଏହାର ହିସାବ କାହା ପାଖରେ ନାହିଁ ସୂଚନା ଆଇନ ମାଧ୍ୟମରେ ତଥ୍ୟ ମାଗିଲେ ବି ସୂଚନା ମିଳୁନି ଆଉ କିଛି ଦିନ ପରେ ଜିଲ୍ଲା ରେ ଥିବା ଅନେକ ପାହାଡ଼ ବିଲୁପ୍ତ ହୋଇଯିବ ବୋଲି ପରିବେଶ ପ୍ରେମୀ ମାନେ ମତ ଦେଲେଣି l ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l