
ଚିକିଟି :– ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତବିଂଶ ବାର୍ଷିକ ଖେଳ କୁଦ ସମାରୋହ ଉଦଯାପନୀ ଉତ୍ସବ ବିଦ୍ୟାଳୟ ପରିସରରେ ବୁଧବାର ଦିନ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଙ୍କ ପୌରହିତରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିକିଟୀ ପ୍ରେସକ୍ଲୁବ ସମ୍ପାଦକ ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସକ୍ରିୟ ସେବକ ଶ୍ରୀ ତ୍ରିପତି ସାହୁ ଯୋଗଦେଇ ଶାରୀରିକ ଶିକ୍ଷା ଓ କ୍ରୀଡାର ଉପଯୋଗୀତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚାସିନ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟା ମନ୍ଦିରର ସଭାପତି ଶ୍ରୀ ପି. ରାମରାଓ ସୁବୁଦ୍ଧି, ଉପସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ, ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଓ ପ୍ରଧାନାଚାର୍ଯ୍ୟ ଶ୍ରୀ କାମଦେବ ବେହେରା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଶୁଭାରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ବତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ବାରା କ୍ରୀଡା ସାମୂହିକ କଣ୍ଠ ସଙ୍ଗୀତ ଗାନ କରାଯାଇଥିଲା।ପରବର୍ତ୍ତୀତ ସମସ୍ତ ଅତିଥିଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଚିକିଟୀ ପ୍ରେସ କ୍ଲବର ସାମ୍ବାଦିକ ମାନେ ନିମନ୍ତ୍ରିତ ଅତିଥି ଭାବେ ଏହି ଅବସରକୁ ଗୌରବାନ୍ବିତ କରିଥିଲେ।
ପୂର୍ବରୁ ଅନୁଷ୍ଠିତ କନିଷ୍ଠ ଓ ବରିଷ୍ଠ ବିଭାଗର ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନଙ୍କ ହସ୍ତରେ ପ୍ରମାଣପତ୍ର ଓ ବିଜୟଫଳକ ପ୍ରଦାନ କରାଯାଇଥିଲା। ମୋଟ ୨୦୪ ଜଣ ଶିଶୁ ଏହି ବାର୍ଷିକ କ୍ରୀଡାରେ ବିଜୟ ଲାଭ କରିଥିବା ବେଳେ ୭ ଜଣ ଛାତ୍ରଛାତ୍ରୀ ଚାମ୍ପିୟନ ଭାବେ ଘୋଷିତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଟ ଗୁରୁଜୀ ସତ୍ୟ ଗୁରୁଜୀ ପରିଚାଳନା କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ପ୍ରମୂଖ ରବି ରାଉଳ ଗୁରୁଜୀ ସୂଚାରୁ ରୂପେ ତୁଲାଇଥିଲେ।ସମଗ୍ର କାର୍ଯ୍ୟକ୍ରମଟି ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଙ୍କ ଏକତାବଦ୍ଧ ଚେଷ୍ଟା, ଶୃଙ୍ଖଳା ଓ ସଂଘଟିତ ସହଯୋଗରେ ସଫଳତାର ରୂପାୟନ ସହ ଅନୁଷ୍ଠିତ ହୋଇଯାଇଛି।