ଦିବ୍ୟ ଜୀବନ ସଂଘ, ମହିଳା ଶାଖା, ଲାଞ୍ଜିପଲ୍ଲି, ବ୍ରହ୍ମପୁର ଆଶ୍ରମ ପରିସରରେ ପବିତ୍ର ଗୀତା ଯଜ୍ଞ…

add-all

ବ୍ରହ୍ମପୁର : ଦିବ୍ୟ ଜୀବନ ସଂଘ, ମହିଳା ଶାଖା, ଲାଞ୍ଜିପଲ୍ଲି, ବ୍ରହ୍ମପୁର ଆଶ୍ରମ ପରିସରରେ ପବିତ୍ର ଗୀତା ଯଜ୍ଞ ଆଶ୍ରମର ପୂଜକ ଅରୁଣ କୁମାର ଦାଶଙ୍କ ପୌରହିତ୍ୟରେ ଭାଗବତ ଗୀତାର ସମ୍ପୂର୍ଣ ଶ୍ଲୋକର ଆବୃତ୍ତି ପରେ ଘୃତ ଯଜ୍ଞ କରାଯାଇଥିଲା। ସ୍ଵାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ମତ ଅନୁସାରେ ଭାଗବତ ଗୀତାର ପ୍ରତ୍ୟେକ ଶ୍ଲୋକ ଏକ ମନ୍ତ୍ର ଏବଂ ଭାଗବତ ଗୀତା ପରି ମୋକ୍ଷାଦାୟିନୀ ଏବଂ କଲ୍ୟାଣକାରୀ ଆଧ୍ୟାତ୍ମିକ ଜ୍ଞାନ ଅତ୍ୟନ୍ତ ବିରଳ। ଏହାକୁ ମନଯୋଗ ପୂର୍ବକ ଏବଂ ଶ୍ରଦ୍ଧାର ସହିତ ପରାୟଣ କଲେ ପରମାତ୍ମାଙ୍କ କୃପା ଲାଭ କରିବା ସହିତ ମୋକ୍ଷର ମାର୍ଗ ମଧ୍ୟ ଉନ୍ମୁକ୍ତ ହୋଇଥାଏ ବୋଲି ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡା କହିଥିଲେ। ଏହି ଅବସରରେ ଗୁରୁ ଭଉଣୀ ମାମି ବେହେରା, ଭଗବାନ ଖଟେଇ, ଲିପିବାଳା ସାହୁ, ମଧୁସୂଦନ ମହାପାତ୍ର, ଆଦି ଗୁରୁ ଭାଇଭଉଣୀ ମାନେ ମିଶି ଗୀତା ପାରାୟଣ କରିଥିଲେ।

ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ଗୀତା ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ। ଦିବ୍ୟ ଜୀବନ ସଂଘ ମହିଳା ଶାଖା ଓ ବିଏସ୍ଆର୍ ଲାଇଫକ୍ୟାର ଗୋଇଲୁଣ୍ଡିର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ମାଗଣା ପୁଷ୍ଟିକର ଖାଦ୍ୟ ସହ ଆବଶ୍ୟକୀୟ ଔଷଧ ବଣ୍ଟନ କରାଯାଇଥିଲା ଏହି ସମସ୍ତ ଦିବ୍ୟ କାର୍ଯ୍ୟକ୍ରମ କୁ ପ୍ରମିଳା ମହାରଣା, ଟୁନି ପାଢ଼ୀ, ସୁରେଶ ବରାଡ, ସାରଦା ଦାସ, ଲକ୍ଷ୍ମୀ ପାତ୍ର, ସଂତୋଷିନି ପଣ୍ଡା, ଅରୁଣ ମହାନ୍ତି, ରମନନ୍ଦ ପଟ୍ଟନାୟକ, ଅଲେଖ ବେହେରା, କ୍ରିଷ୍ଣା ଦୋରା, ପ୍ରଭୃତି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.