ପୁଟିନଙ୍କ ଭାରତ ଗସ୍ତ ନେଇ ଦିଲ୍ଲୀରେ ହୋଟେଲ ଦାମ୍ ଆକାଶଛୁଆଁ

youtube

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତ କରୁଛନ୍ତି| ଏଥିପାଇଁ ନୂଆଦିଲ୍ଲୀରେ ବ୍ୟାପକ କଡ଼ା ସୁରକ୍ଷା କରାଯାଇଛି । ପୁଟିନ ଭାରତ ଯାତ୍ରା ନେଇ ଦିଲ୍ଲୀରେ ହସପିଟାଲିଟି ଇଣ୍ଡଷ୍ଟ୍ରୀର ଭାଉ ବଢିଯାଇଛି । ରାଜଧାନୀର ସମସ୍ତ ବିଳାସପୂର୍ଣ୍ଣ ୫ ଷ୍ଟାର ହୋଟେଲ ଫୁଲ୍ ହୋଇସାରିଛି । ଗୋଟିଏ ରୁମରେ ଦାମ୍ ଦୁଇଗୁଣା ହୋଇଛି । ଗତ କିଛିଦିନ ତଳେ ଯେଉଁ ହୋଟେଲ ରୁମର ଦାମ୍ ୫୦ରୁ ୮୦ ହଜାର ମଧ୍ୟରେ ଥିଲା ଏବେ ତାହାର ଦାମ୍ ୧ ଲକ୍ଷରୁ ୧.୩୦ ଲକ୍ଷରେ ପହଞ୍ଚିଛି ।

ଆଇଟିସି ମୌର୍ଯ୍ୟରେ ୪୭୦୦ ବର୍ଗଫୁଟର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ ସୁଇଟରେ ପୁଟିନ ରହିବେ । ଏହି ରୁମ ସବୁଠାରୁ ଖାସ୍ । ଏଠାରେ ଟ୍ରମ୍ପ, ବାଇଡେନ, ବିଲ୍ କ୍ଲିଣ୍ଟନ ଭଳି ମହାନ ନେତା ରହିସାରିଛନ୍ତି । ଏଥିରେ ଦୁଇଟି ବେଡ ରୁମ୍, ଗୋଟିଏ ଷ୍ଡଡିରୁମ, ରିସେପସନ ଏରିଆ, ୧୨ ଟିକିଆ ଡାଇନିଂ ମିନି ସ୍ପା, ଜିମ୍ ଇତ୍ୟାଦି ସୁବିଧା ରହିଛି ।

ପୁଟିନଙ୍କ ଗସ୍ତ ନେଇ ଦିଲ୍ଲୀରେ ସ୍ବାଟ୍ ଟିମ୍ ଏବଂ ସୁରକ୍ଷା ଏଜେନ୍ସୀ ହାଇଆଲର୍ଟରେ ରହିଛନ୍ତି । ରାଷ୍ଟ୍ରପତି ପୁଟିନ ଯେଉଁ ରାସ୍ତା ଯାତ୍ରା କରିବେ ତାହାର ପ୍ରତ୍ୟେକ ଇଞ୍ଚ ଉପରେ ସୁରକ୍ଷା ବାହିନୀ ନଜର ରଖିବେ । ଏହି ରୁଟଗୁଡ଼ିକୁ ଡ୍ରୋନ, ଜାମର ଏବଂ ଏଆଇ ବ୍ୟବହାର କରି ମନିଟରିଂ କରାଯିବ । ଏହି ରୁଟରେ ସ୍ନାଇପରମାନଙ୍କୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.