
ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଛନ୍ତି ରୁଷ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ପୁଟିନଙ୍କୁ ସ୍ୱାଗତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୁଟିନ ଓହ୍ଲାଇବା ମାତ୍ରେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ମୋଦି ଖୁସି ହୋଇ ପୁଟିନଙ୍କୁ ଆଲିଂଘନ କରିବା ସହିତ ତାଙ୍କୁ ସ୍ୱାଗତ କରିଥିଲେ ଓ ଉପସ୍ଥିତି ସମସ୍ତ ଅଧିକାରୀଙ୍କ ସହିତ ପରିଚିତ କରାଇଥିଲେ ।
ପୁଟିନଙ୍କୁ ସ୍ବାଗତ କରିବା ପରେ ଗୋଟିଏ ଗାଡ଼ିରେ ଉଭୟ ପ୍ରସ୍ଥାନ କଲେ ମୋଦି ଏବଂ ପୁଟିନ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି ଏବଂ ପୁଟିନଙ୍କ ପ୍ରାଇଭେଟ ଡିନରର ଆୟୋଜନ ରହିଛି । ପୁଟିନ ଆସନ୍ତାକାଲି ୨୩ତମ ଭାରତ-ରୁଷ ଦ୍ବିପାକ୍ଷିକ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ପୁଟିନ ।