ଲେଡି ସାଇକୋ କିଲର୍ ଗିରଫ, ନିଜ ପୁଅ ସେମତ ନେଇଥଲା ବହୁ ଶିଶୁଙ୍କ ଜୀବନ

youtube

ହରିୟାଣା : ସୁନ୍ଦର ଦିଶିବାକୁ ନେଇ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ନିରୀହ ଶିଶୁଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା । ପାନିପତ ପୋଲିସ ମହିଳାଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ନବୀନ ୨୦୧୯ ମସିହାରେ ପାଣିପତର ସିୱାହ ଗ୍ରାମର ବାସିନ୍ଦା ପୁନମଙ୍କୁ ବିବାହ କରିଥିଲେ । ପୁନମ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ କରିଥିଲେ । ବିବାହ ପରେ, ସେ ସୋନିପତରୁ ବି.ଏଡ୍ ମଧ୍ୟ କରିଥିଲେ ।

ଗିରଫ ମହିଳା ପୁନମ ପରିବାରର ପିଲାମାନଙ୍କ ସୌନ୍ଦର୍ଯ୍ୟ ପ୍ରତି ଈର୍ଷା କରୁଥିଲେ । ତାଙ୍କ ପରିବାରର ଅନ୍ୟ ପିଲାମାନେ ତାଙ୍କ ପୁଅଠାରୁ ଅଧିକ ସୁନ୍ଦର । ଆଉ ଏଭଳି କଥାକୁ ସହିପାରିନଥିଲେ ପୁନମ । ତେଣୁ ସମସ୍ତ ପିଲାମାନଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରିଥିଲେ । ଆଉ କେହି ଯେମିତି ସନ୍ଦେହ ନ କରିବେ, ସେଥିପାଇଁ ନିଜ ପୁଅକୁ ମଧ୍ୟ ହତ୍ୟା କରିଥିଲେ ।

ସୋନିପତରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ପୁନମ । ଏକ ୬ ବର୍ଷର ଶିଶୁ କନ୍ୟା ବିଧି ସୁନ୍ଦର ପୋଷାକ ପିନ୍ଧି ସଜବାଜ ହୋଇଥିବା ଦେଖି ତାହାକୁ ସହି ପାରି ନ ଥିଲେ ଅଭିଯୁକ୍ତ ପୁନମ । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ସେ ଇର୍ଷାରେ ଏହି ନିରୀହ ଶିଶୁଟିକୁ ହତ୍ୟା କରିଥିଲେ । ବିବାହ ପ୍ରୋସେସନ ଚାଲିଥିବାବେଳେ ବିଧିଙ୍କ ବାପା ସନ୍ଦୀପଙ୍କୁ ଘର ଲୋକେ ଫୋନ କରି କହିଥିଲେ ଯେ, ବିଧିଙ୍କର ପତ୍ତା ମିଳୁନି ।

ଖୋଜାଖୋଜି କରିବା ପରେ ବିଧି ଏକ ରୁମରେ ବାଥ୍ ଟବରେ ମୁହଁ ମାଡ଼ି ପଡ଼ିଥିବା ତାଙ୍କ ଜେଜେ ମା’ ଦେଖିବାକୁ ପାଇଥିଲେ । ବିଧିଙ୍କୁ ହସ୍ପିଟାଲରେ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ତେଣୁ ପୋଲିସର ସନ୍ଦେହ ପୁନମଙ୍କ ଉପରକୁ ଯାଇଥିଲା । ପଚରାଉଚରା ପରେ ପୁନମ ନିଜ ଅପରାଧ ସ୍ୱୀକାର କରିଥିଲେ । ୨୦୨୩ରେ ସେ ତାଙ୍କ ଝିଆରୀଙ୍କୁ ହତ୍ୟା କରିଥିଲେ । ସେହିବର୍ଷ ସେ ନିଜ ପୁଅକୁ ମଧ୍ୟ ହତ୍ୟା କରିଥିଲେ । ଗତ ବର୍ଷ ପୁନମ ସମାନ କାରଣରୁ ସିୱାହ ଗ୍ରାମର ଜଣେ ଝିଅଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.