
ଭୁବନେଶ୍ବର: ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡ଼ି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ । ଖାଲି ପଡିଛି ୧୪୩୦ ପଦବୀ। ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି। ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତି ମାନଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବି ସରିଛି। ସେପଟେ ସରକାରୀ ମହାବିଦ୍ୟାଳୟରେ ୫୬୬ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୮୫ ପଦବୀ ପାଇଁ OPSC ବିଜ୍ଞାପନ ଜାରି କରିଥିଲେ । ତାହାର ଚୟନ ପ୍ରକ୍ରିୟା ଜାରି ଅଛି । ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ OPSCକୁ ଅନୁରୋଧ କରିଛନ୍ତି ।
ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୦୦ ଅଧ୍ୟାପକ ଡେପୁଟେସନ ଆକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାମ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।