ନାଡ଼ାପାଟାଙ୍ଗ ଓ ମାଣିକୁଟିକୁ ପଞ୍ଚାୟତ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

youtube

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ ଗଠନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ବାହାର କରାଯାଇଥିଲା । ଶୋଭାଯାତ୍ରା କଲ୍ୟାଣ ମଣ୍ଡପ ଠାରୁ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲା I ଶୋଭାଯାତ୍ରାରେ ନାରାବାଜି କରାଯିବା ସହ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରିଥିଲେ ଗ୍ରାମବାସୀ । ବାରଖମା ପଞ୍ଚାୟତ ଓ ସିନ୍ଦ୍ରିଗାଁ ପଞ୍ଚାୟତର ଅନେକ ଗ୍ରାମକୁ ବଣପାହାଡ ଓ ନ‌ଦୀନାଳରେ ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଯିବାକୁ ହୁଏ । ପ୍ରାୟ ୫କିମି ଘାଟି,ବଣପାହାଡ ନଦୀନାଳ ରାସ୍ତା ଅତିକ୍ରମ ପରି ହିତାଧିକାରୀ ଭତ୍ତା, ପିଡିଏସ ଚାଉଳ ପାଇଁ ପଞ୍ଚାୟତକୁ ଆସିଥାନ୍ତି। ଅଞ୍ଚଳରେ ରାସ୍ତାଏବଂ ଟେଲିଫୋନ ନେଟ୍‌ୱର୍କ ନାହିଁ I ପଞ୍ଚାୟତକୁ ଉନ୍ନତି ନିମନ୍ତେ ଆସିଥିବା ଅନୁଦାନ ରାସ୍ତାଘାଟ, ପାନୀୟଜଳ ସୁବିଧା, ମୋବାଇଲ ନେଟୱାର୍କ ସୁବିଧା ସହ ବିଭିନ୍ନ କାର୍ଯ୍ୟର ବିକାଶ ହୋଇପାରୁନାହିଁ। ପଞ୍ଚାୟତ ପାଖରେ ରହିଲେ ସରକାରଙ୍କ ବିଭିନ୍ନ ଯୋଜନା ଓ ଗାଁଗାଁରେ ବିକାଶ ହେବା ସହ ଲୋକେ ସମସ୍ୟା ଠିକ ଭାବେ ଜଣାଇପାରିବେ ବୋଲି କୁହାଯାଇଛି। ଏଥିପାଇଁ ବାରଖମାର ନାଡାପାଟାଙ୍ଗ ଓ ସିନ୍ଧିଗାଁର ମାଣିକୁଟି ନୂତନ ପଞ୍ଚାଯତ ଗଠନ କରାଯିବାକୁ ଦାବି କରାଯାଇଛି।

Leave A Reply

Your email address will not be published.